ଖାରବେଳ ସ୍ୱାଇଁଙ୍କ ଉପରକୁ ଆକ୍ରମଣ ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୁଲିସ, ଗିରଫଦାରୀ ସଂଖ୍ୟା ୨କୁ ବୃଦ୍ଧି

ରାୟଗଡ଼ା: ଗତ ଶନିବାର ରାୟଗଡ଼ା ଜିଲ୍ଲାର କାଶୀପୁରରେ କିଛି ଯୁବକ ସଭାସ୍ଥଳକୁ ଯାଇ ପୁଣି ‘ଉତ୍କଳ ଭାରତ’ର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ପି. ଗୋବିନ୍ଦରାଓ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ସୁମନ୍ତ ନାୟକକୁ ପୁଲିସ ଗିରଫ କରିଥିଲା। ଏହା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତକୁ କୃଷ୍ଣ ନାଏକ ଏବେ ବି ଫେରାର୍‌ ଅଛି। ଏହା ପୂର୍ବରୁ କେନ୍ଦ୍ରାପଡ଼ାର ଆଳିରେ ଖାରବେଳ ସ୍ୱାଇଁ ଆକ୍ରମଣର ଶିକାର ହୋଇଥିଲେ।

ସୂଚନାଯୋଗ୍ୟ, ଖାରବେଳ ସ୍ୱାଇଁ ୨ ଦିନିଆର ରାୟଗଡ଼ା ଗସ୍ତ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ। ଗୁଣପୁର, ରାମନାଗୁଡ଼ା, ଟିକିରି ଏବଂ ରାୟଗଡ଼ା ଠାରେ ପଥପ୍ରାନ୍ତରେ ଯୋଗଦେଇ କାଶୀପୁର ଠାରେ ସଭାରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦେ୍ଵାଧନ ଦେଉଥିବା ବେଳେ କିଛି ଯୁବକ ସଭାସ୍ଥଳରେ ଅଚାନକ ପହଞ୍ଚି ଏଠାକୁ କାହିଁକି ଆସିଛ କହି ସ୍ୱାଇଁଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଥିଲେ। ଆକ୍ରମଣ ସମୟର ଭିଡିଓକୁ ଖାରବେଳ ସ୍ୱାଇଁ ନିଜ ଫେସ୍‌ବୁକ୍‌ରେ ସେୟାର ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର