ଖୋର୍ଦ୍ଧାରେ ଜିଲ୍ଲା ପ୍ରଶାସନର ନୂଆଖାଇ ଉତ୍ସବ 

ଖୋର୍ଦ୍ଧା: ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ ପାଳିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମେରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧ୍ୟାପକ ଗୋପାଳକୃଷ୍ଣ ଦାସ, ଐତିହାସିକ ଡ ନାରାୟଣ ରାଓ ସମ୍ମାନିତ ଅତିଥି, ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ସମ୍ମାନିତ ବକ୍ତା, ଶିକ୍ଷାବିଦ୍ ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିଆରସିଂହ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ । ଭାରତ ସରକାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଏହି ଅବସରରେ ଦେଶର ସଂସ୍କୃତି ଓ ଇତିହାସ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରସାର ପ୍ରଚାର କରାଯାଉଛି ।

ଏହି ଉପଲକ୍ଷେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଓଡ଼ିଶାରେ ବିଶେଷତଃ ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ନୂଆ ଖାଇ ଉତ୍ସବକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପାଳନ କରାଯାଉଛି । ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ସୃଷ୍ଟି ହେଉଛି ବୋଲି ଅତିଥିମାନେ ମତ ଦେଇଥିଲେ । ଜିଲ୍ଳା ସଂସ୍କୃତି ଅଧିକାରୀ ମାନଓ ରଂଜନ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ରାମଚନ୍ଦ୍ର କର, ବେଗୁନିଆ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀ, ବୋଲଗଡ଼ ସଂଘର ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, କଳିଙ୍ଗ ପାଇକ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଖୋର୍ଦ୍ଧା ବ୍ଲକ ସଂସ୍କୃତି ସଂଘର ଉପସଭାପତି ପ୍ରଭାତ କୁମାର ସାହୁଙ୍କ ସମେତ ଅନ୍ୟ କଳାକାଳ ଓ ବିଭିନ୍ନ ସାଂସ୍କୃତି ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର