ଖୋର୍ଦ୍ଧା: ଖୋର୍ଦ୍ଧା ବାର୍ ଆସୋସିଏନ୍ସନର ଅନ୍ତରୀଣ କମିଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ପହଂଚିଛି ଖୋର୍ଦ୍ଧା ବାର୍ ଆସୋସିଏନ୍ସର ମନୋନୀତ କମିଟିକୁ ପରିବର୍ତନ କରିବାକୁ ରାଜ୍ୟ ବାର୍ କାଉନ୍ସିଲ୍ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଆଇନଜୀବୀ ଶିଶିର ପରିଡ଼ା ଏକ ରିଟ୍ ପିଟିସନ ଦାଖଲ କରିଛନ୍ତି।
ହାଇକୋର୍ଟରେ ଓକିଲ ରଜିତ ରାୟଙ୍କ ଦ୍ୱାରା ଶିଶିର ପରିଡ଼ା ଦାଖଲ କରିଥିବା ରିଟ୍ ପିଟିସନରେ ଦର୍ଶାଯାଇଛି ଯେ ରାଜ୍ୟ ବାର୍ କାଉନ୍ସିଲର ମଇ ୬, ୨୦୨୦ର ପରାମର୍ଶ ଅନୁସାରେ ଅନ୍ତରୀଣ କମିଟି ୧୮ ମଇ ତାରିଖରେ ଗଠିତ ହୋଇଥିଲା । ବାର୍ କାଉନ୍ସିଲ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ ଯେ ଅନ୍ତରୀଣ କମିଟି ଏକ୍ଜିକ୍ୟୁଟିଭ ବୋଡି ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ କିମ୍ବା ମତ୍ରାଧିକ ଭାବେ ମନୋନୀତ ହେବେ। ମନୋନୀତ ହୋଇଥିବା ୨ଜଣ ପୂର୍ବ-ସଭାପତିଙ୍କ ମଧ୍ୟରୁ ବରିଷ୍ଠ ପୂର୍ବ-ସଭାପତିଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ।
ଏହି ନିର୍ଦ୍ଦେଶ ଅନୁସାରେ ୧୩ ମଇରେ ବାର୍ ଆସୋସିଏସନ୍ ଏକ ପ୍ରସ୍ତାବ ପାରିତ କରି ଗ୍ରହଣ କରିଥିଲେ। ଏହି ପ୍ରସ୍ତାବ ଅନୁସାରେ ୧୮ ମଇରେ ନିର୍ବାନ ହୋଇଥିଲା । ଏଥିରେ ଶିଶିର ପରିଡ଼ା ୮ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଭାତ କୁମାର ଦାଶ ଓ ଶକ୍ତି ଶଙ୍କର ମିଶ୍ର ପ୍ରତ୍ୟେକ ୭ ଖଣ୍ଡ ଲେଖାଏଁ ଭୋଟ ପାଇଥିଲେ। ତେବେ ଉଭୟ ସମାନ ସଂଖ୍ୟକ ଭୋଟ ପାଇଥିବାରୁ ଟସ୍ ମାଧ୍ୟମରେ ପ୍ରଭାତ କୁମାର ଦାଶ ଟସ୍ ଜିଣିଥିଲେ। ତେବେ ଉଭୟ ପ୍ରଭାତ ଓ ଶିଶିରଙ୍କ ମଧ୍ୟରେ ଅନୁଚ୍ଛେଦ-୯ ଅନୁସାରେ ଶିଶିରଙ୍କୁ ଅନ୍ତରୀଣ କମିଟିର ଅଧ୍ୟକ୍ଷ ଭାବେ ର୍ନିବାଚନ କରାଯାଇଥିଲା । ଏହି ଦୃଷ୍ଟିରୁ ବାର୍ କାଉନ୍ସିଲ କମିଟିର ପୁନର୍ଗଠନ ପାଇଁ ଦେଇଥିବା ନିର୍ଦ୍ଦେଶ ସଂପୂର୍ଣ୍ଣ ରୂପେ ବେଆଇନ ଓ ବାର୍ ଆସେସିଏସନ୍ର ନିର୍ବ୍ରାଚନରେ ଦଖଲ ଦେବା ‘ଅନଧିକାର‘ ବୋଲି ଆଇନଜୀବୀ ଶିଶିର ପରିଡ଼ା ପିଟିସନରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ବାର୍ ଆସୋସିଏସନ୍ର ସାଧାରଣ ନିର୍ବାଚନ ବଦଳରେ ଅନ୍ତରୀଣ କମିଟି ଗଠନ କରିବାକୁ ଭାରତର ବାର୍ କାଉନ୍ସିଲର ସୁପାରିଶ କ୍ରମେ ରାଜ୍ୟ ବାର୍ କାଉନ୍ସିଲ୍ ନିର୍ଦ୍ଦେଶ ଦେଇଥିଲେ। ଫଳରେ ମଇ ମାସ ୧୮ ତାରିଖରେ ଆସୋସିଏସନ ଏକ୍ଜିକ୍ୟୁଟିଭ୍ ବଡିର ସଦସ୍ୟଙ୍କୁ ନେଇ ନିର୍ବାଚନ ହୋଇଥିଲା ସଦସ୍ୟଙ୍କ ମଧ୍ୟରୁ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ୨ ପୂର୍ବ ସଭାପତିଙ୍କ ମଧ୍ୟରୁ ବରିଷ୍ଠ ପୂର୍ବ-ସଭାପତି ଭାବେ ଶିଶିର ପରିଡ଼ାଙ୍କୁ ଅନ୍ତରୀଣ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।
ତେବେ ଏହି ନିର୍ବାଚନ ସଠିକ୍ ପ୍ରକ୍ରିୟାରେ ହୋଇନଥିବା ଓ ମନୋନୀତ କମିଟିର ପୁନର୍ଗଠନ କରିବାକୁ ଜୁନ୍ ୧ ତାରିଖରେ ଖୋର୍ଦ୍ଧା ବାର୍ ଆସୋସିଏସନ୍କୁ ଚିଠି ଲେଖିଥିଲେ। ଏଥିରେ ଆସୋସିଏସନର ବରିଷ୍ଠ ପୂର୍ବ-ସଭାପତି ଶକ୍ତଶଙ୍କର ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ କରିବା ସହ ଚୟନ ହୋଇଥିବା ଅଧ୍ୟକ୍ଷ ଶିଶିର ପରିଡ଼ାଙ୍କୁ ସଦସ୍ୟ ରୂପେ ଗ୍ରହଣ କରିବାକୁ ରାଜ୍ୟ ବାର୍ କାଉନ୍ସିଲ୍ ଆସୋସିଏନ୍କୁ ନିର୍ଦ୍ଦେଶ ଦେଇଥିଲେ।