ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ସମ୍ମିଳନୀ

ଖୋର୍ଦ୍ଧା: ଆଜି ଜୟୀ ରାଜଗୁରୁ ଭବନ ଠାରେ ଜିଲ୍ଳାସ୍ତରୀୟ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟାପନାର ଗୁଣାତ୍ମକମାନ ବୃଦ୍ଧି କରିବା, ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ସକାଳ ୧୦ଟାରେ ଆରମ୍ଭ ହୋଇ ଚାରିଟି ପର୍ଯ୍ୟାୟରେ ସଂଧ୍ୟାରେ ଶେଷ ହୋଇଥିଲା। ଏଥିରେ ବ୍ଲକ ଶିକ୍ଷାଧିକାରୀଙ୍କ ସହ ୨୯୨ଟି ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ ଅଧ୍ୟକ୍ଷତା କରିଥିଲେ।

ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଓ ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଡିଇଓ ସ୍ନିଗ୍ଧା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଡିଇଓ ଅମ୍ରିତା ପ୍ରୀତିନନ୍ଦା ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଅଧ୍ୟାପନା ଓ ସମସ୍ୟା, ଶିକ୍ଷା କ୍ଷେତ୍ରରେ ନୂତନ ଯୋଜନା, ପାଠ୍ୟକ୍ରମ, ବିଦ୍ୟାଳୟରେ ବିଜ୍ଞାନ କ୍ରିୟାକଳାପ, ମୋସ୍କୁଲ, ବିଦ୍ୟା ପ୍ରବେଶ, ଏଫ୍ଏଲ୍ଏନ୍, ଉଜ୍ବଳ, ଉତ୍କର୍ଷ ଆଦି ଯେଜନା, ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଆଦି ସମ୍ପର୍କରେ ଶିକ୍ଷକ ସୁଧୀୟ କୁମାର ସାହୁ, ସୁଶ୍ରୀ ସଂଗୀତା ପଣ୍ଡା, ସୁରେଶ ପ୍ରଧାନ, ଜିଲ୍ଲା ବିଜ୍ଞାନ ସଂଯୋଜକ ସରୋଜ କୁମାର ସିଂହ, ତୁଫାନ କୁମାର ରାଉତରାୟ, ଟିଇ ଓ ଏସ୍ସିଇଆର୍ଟିର ବୈଷୟିକ ସହାୟକ ସନ୍ତୋଷ କୁମାର ସାହୁ, ଜିତେନ୍ଦ୍ର ନାୟକ, ସୁଶୀଲ କୁମାର ମହାପାତ୍ରଙ୍କ ସମେତ ସରକାରୀ ଆଇଟିଆଇ ଓ ଏନ୍ଆଇଏଫ୍ ଟିମ୍ ସଦସ୍ୟମାନେ ପ୍ରଶିକ୍ଷଣ ଓ ନିଜର ବକ୍ତବ୍ୟ ରଖିଥିଲେ।

Sambad

ସେହିଭଳି ମଧ୍ୟାହ୍ନ ଖାଦ୍ୟ ବିରତି ପରେ ତୃତୀୟ ପର୍ଯ୍ୟାୟ ଆଲୋଚନାରେ ଜିଲ୍ଲା ସୂଚନା ବ୍ୟବସ୍ଥାର ପରିଚାଳନା, ବିଭିନ୍ନ ଶିକ୍ଷା ଯୋଜନା, ମଧ୍ୟାହ୍ନ ଭୋଜନ, ସ୍ୱଚ୍ଛ ବିଦ୍ୟାଳୟ, ହରଘର ତ୍ରିରଙ୍ଗା, ସ୍ୱଚ୍ଛତା ପକ୍ଷ, କ୍ରୀଡ଼ା, ସ୍କାଉଟ୍ସ-ଗାଇଡ୍ସ, ଜେଆର୍ସି, ଇକୋ କ୍ଲବ, ଶିକ୍ଷା ସଂଯୋଗ ପ୍ରତିଯୋଗିତା ଆଦି ସମ୍ପର୍କରେ ବେଣୁଧର ସାହୁ, ଅଜୟ କୁମା ବରାଡ଼, ବିଭୂ ପ୍ରସାଦ ସେନାପତି, ଏଡିଇଓ ସ୍ନିଗ୍ଧା ମିଶ୍ର ଓ ଜିଲ୍ଲା ପ୍ରକଳ୍ପ ପ୍ରୋଗ୍ରାମର ବିଭୂତି ଭୂଷଣ ଦାଶ ବକ୍ତବ୍ୟ ରଖିଥିଲେ। ଉଦ୍ୟାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅତିଧଇ ଭାବେ ଯୋଗ ଦେବା ସହ ଅଧ୍ୟାପନା ଓ ଅଧ୍ୟୟନ, ଶିକ୍ଷଣୀୟ ପରିବେଶ ଆଦିରେ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ଜିଲ୍ଲାର ୧୦ଟି ବିଦ୍ୟାଳୟକୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର