ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଇ ୧ ତାରିଖ ଠାରୁ ମଇ ୧୫ ତାରିଖ ଯାଏଁ ଜିଲ୍ଳାରେ ସଟ୍ଡ଼ାଉନ୍ ଘୋଷଣା କରିବାକୁ ଖୋର୍ଦ୍ଧା ଜିଲ୍ଳାର ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ ଜିଲ୍ଳାପ୍ରଶାସନକୁ ଅନୁରୋଧ କରାଯାଇଛି। ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କୋଭିଡ୍ କଟକଣା ଉଲ୍ଲଂଘନରେ ଜୋରିମାନା ଆଦି ଏନ୍ଫୋର୍ସମେଣ୍ଟ ପରେ ମଧ୍ୟ ସପିଂମଲ୍, ପର୍ଯ୍ୟଟନସ୍ଥଳୀ, ସିନେମା ହଲ୍, କାର୍ଯ୍ୟାଳୟ, ହାଟବଜାର ଆଦିରେ ଲୋକଙ୍କ ଭିଡ଼ କମୁନାହିଁ।
ଏହାଯୋଗୁଁ କରୋନା ମହାମାରୀ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଫଳରେ ହସ୍ପିଟାଲ୍ରେ ରୋଗୀଙ୍କ ପାଇଁ ଶଯ୍ୟା ମିଳୁନାହିଁ, ଅନ୍ୟ ରୋଗୀଙ୍କୁ ମଧ୍ୟ ଆବଶ୍ୟକ ଚିକିତ୍ସାସୁବିଧା ମିଳିପାରୁନାହିଁ। ଏହି ଦୃଷ୍ଟିରୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିବାକୁ ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ଏହା ସମ୍ପାଦକ ସଂଜୟ ପଟ୍ଟନାୟକ ଜିଲ୍ଲାପାଳ ପ୍ରଶାସନକୁ ଲିଖିତ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/lockdown-pti-1618079116.jpg)