ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସ୍ଥିତି : ୩୭ ସଂକ୍ରମିତ, ୮୯ ସୁସ୍ଥ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ସକାଳ ସୁଦ୍ଧା ୩୭ଜଣ କରୋନା ପଜିଟିଭି୍ଙ୍କୁ ଚିହ୍ନଟ କରାଯାଇଛି । ଏହି ସଂଖ୍ୟା ଗତ ଅପ୍ରିଲ୍ ମାସ ଠାରୁ ସର୍ବନିମ୍ନ ବୋଲି ଜଣାପଡ଼ିଛି । ଏହା ସହିତ ୮୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲିଅନ୍ତାରୁ ୭, ବାଲିପାଟଣାରୁ ୩, ଭୁବନେଶ୍ୱର ବ୍ଲକରୁ ୪, ଜଟଣୀ ବ୍ଲକ ଓ ପୌରାଂଚଳରୁ ୪, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୮, ବୋଲଗଡ଼ରୁ ଜଣେ, ଟାଙ୍ଗୀରୁ ୪ଜଣ ଓ ଚିଲିକା-ବାଲୁଗାଁ ଏବଂ ବାଣପୁରରୁ ୩ଜଣ ଲେଖାଏଁ ରହିଥିବା ବେଳେ ବେଗୁନିଆରୁ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ । ଦୈନିକ ନୂତନ ସଂକ୍ରମିତଙ୍କ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା, ୧୧, ୯୩୮ ହୋଇଛି । ଅପରପକ୍ଷରେ ଆଜି ସକାଳ ସୁଦ୍ଧା ୮୯ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧,୩୮୪ ଛୁଇଁଛି । ବର୍ତମାନ ସୁଦ୍ଧା ୫୬ଟି ସଂକ୍ରମଣଜନିତ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ୫୩୫ଜଣ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର