କେନାଲରେ ଭାସି ୬୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଗୋପ ବ୍ରାଞ୍ଚ କେନାଲରେ ଭାସି ଜନୈକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି| ସେ ହେଲେ ବନମାଳିପୁର ଲକ୍ଷ୍ମୀ ଜନାର୍ଦନ ପାଟଣା ଗ୍ରାମର ସ୍ବର୍ଗତ ନବଘନ ପ୍ରଧାନଙ୍କ ପତ୍ନୀ ବୁଦ୍ଧିମତୀ ପ୍ରଧାନ (୬0 )| ଅଭୟମୁଖି ଖୁଣ୍ଟିଆସାହି ନିକଟରୁ ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରିଛନ୍ତି | ପୁଲିସ ପହଁଞ୍ଚି ଶବ ଜବତ କରିଛି|
ସୂଚନା ଅନୁସାରେ , ବନମାଳିପୁର ଜୟଗୁରୁ ଆଶ୍ରମ ନିକଟରେ ଗୋପ ଶାଖା କେନାଲକୁ ବୁଦ୍ଧିମତୀ ସକାଳୁ ଗାଧେଇବା ପାଇଁ ଯାଇଥିଲେ| ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ କେନାଲରେ ଭାସି ଯାଇଥିଲେ| ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ| ଅଗ୍ନିଶମ ବାହିନୀ ଗାଧୁଆ ସ୍ଥାନରେ ଖୋଜାଖୋଜି କରିଥିଲେ| ଅନ୍ୟପକ୍ଷରେ ଅଭୟମୁଖି ଠାରେ କେନାଲରେ ଅଜଣା ଶବ ଭାସି ଯାଉଥିବା ଲୋକେ ଦେଖିଥିଲେ| ଖୁଣ୍ଟିଆସାହି ନିକଟରେ ସ୍ଥାନୀୟ ଲୋକେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ| ବାଲିପାଟଣା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି|

ସମ୍ବନ୍ଧିତ ଖବର