ଖୋର୍ଦ୍ଧା ଗ୍ରାମାଂଚଳରେ ୮ ନୂଆ ସଂକ୍ରମିତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଗ୍ରାମାଂଚଳରେ ୮ ନୂତନ ସଂକ୍ରମଣ ସହ ମୋଟ ସଂକ୍ରମଣ ସଂଖ୍ୟା ୩୮୮ ଛୁଇଁଛି ।  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ଆଜି ମିଳିଥିବା ମୋଟ ସ୍ୱାବ୍ ନମୁନା ରିପୋର୍ଟ ମଧ୍ୟରୁ ୮ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣାଯାଇଛି । ଗତକାଲି ରାତିରେ ଖୋର୍ଦ୍ଧା ବ୍ଲକ ସରଦାପୁରର ଜଣେ ଓ ଖୋର୍ଦ୍ଧା ପୌର ପରିଷଦର ୪ଜଣଙ୍କୁ ମିଶାଇ ମୋଟ ୧୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସଂକ୍ରମିତଙ୍କ ମଧ୍ୟରେ  ବାଲୁଗାଁର ୪୩ ବର୍ଷୀୟ ପୁରୁଷ, ବୋଲଗଡ଼ର ଜଣେ ୩୨ ବର୍ଷୀୟ ପୁରୁଷ, ବାଲିପାଟଣାର ଜଣେ ୨୯ ବର୍ଷୀୟ ଯୁବକ, ଭୁବନେଶ୍ୱର ବ୍ଲକର ଜଣେ ୨୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧା ବ୍ଲକ ଜଗସରାର ଜଣେ ୩୭ ବର୍ଷୀୟ ମହିଳା ଓ ଜଟଣୀରୁ ୩ଜଣ ସଂକ୍ରମିତ ଥିବା ଜଣାଯାଇଛି ।

ଆଜି ଜିଲ୍ଲାର ୯ଟି ସ୍ୱାବ୍ ସଂଗ୍ରହ କେନ୍ଦ୍ରରୁ ମୋଟ ୧୦୧ଟି ସ୍ୱାବ୍ ନମୁନା ମଧ୍ୟରୁ ଖୋର୍ଦ୍ଧାରୁ ୨୨, ଟାଙ୍ଗୀରୁ ୨୮, ବାଲୁଗାଁରୁ ୧୬, ବାଣପୁରରୁ ୧୮, ବେଗୁନିଆରୁ ୮, ବୋଲଗଡ଼ରୁ ୯ ସଂଗ୍ରହ କରାଯାଇଥିବା ବେଳେ ଗତକାଲି ରାତିରେ ମିଳିଥିବା ମୋଟ ୧୫୩ଟି ସ୍ୱାବ୍ ନମୁନାରୁ ଗତକାଲି ଖୋର୍ଦ୍ଧା ବ୍ଲକ ଓ ପୌର ପରିଷଦର ୫ଜଣଙ୍କୁ ମିଶାଇ ୧୩ଜଣ ସଂକ୍ରମିତ ଅଛନ୍ତି ।

ସମ୍ବନ୍ଧିତ ଖବର