ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ପଇଡ଼ପାଟଣା ଓ କୁଦପାଟଣା ଅଞ୍ଚଳରେ ଆଜି ଅପରାହ୍ନରୁ ପାଗଳ ବିଲୁଆ ୯ରୁ ଊର୍ଦ୍ଧ୍ବ ଲୋକଙ୍କୁ କାମୁଡି ଲହୁଲୁହାଣ କରିଛି। ପାଗଳ ବିଲୁଆ ଆତଙ୍କରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି।

Advertisment

ସୂଚନା ଅନୁସାରେ ବାଲିପାଟଣା ବ୍ଲକ ଆମଣାକୁଦ ପଞ୍ଚାୟତ କୁଦ ପାଟଣା ଓ ପଇଡ଼ପାଟଣା ଅଞ୍ଚଳରେ ଅପରାହ୍ନରେ ଗୋଟିଏ ରୋଗୀଣା ବିଲୁଆ ପାଗଳ ହୋଇ ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡ଼ି ଥିଲା। କୁଦ ପାଟଣା ଗାଁ ମୁଣ୍ଡରେ ହେମନ୍ତ ଭୋଇଙ୍କୁ ଅପରାହ୍ନ ଏବଂ ସନ୍ଧ୍ୟାରେ ବିଲୁଆ ୨ ଥର କାମୁଡ଼ି ଥିଲା।

ସେହିପରି ଉକ୍ତ ଗ୍ରାମର ସାବ ନାୟକ, ଇଲିଆ ସାହୁ, ଲକ୍ଷ୍ମୀ ପ୍ରିୟା ବେହେରାଙ୍କ ସମେତ ୫ରୁ ଊର୍ଦ୍ଧ୍ବ ଲୋକେ ବିଲୁଆ କାମୁଡ଼ାର ଶିକାର ହୋଇଛନ୍ତି।  ଲକ୍ଷ୍ମୀପ୍ରିୟା ଘରେ ଚେୟାରରେ ବସିଥିବା ବେଳେ ବିଲୁଆ ତାଙ୍କୁ ବିଲୁଆ କାମୁଡ଼ି ଥିଲା।

ସେହିପରି ପଇଡ଼ପାଟଣା ଗ୍ରାମର ୪ରୁ ଊର୍ଦ୍ଧ୍ବ ଲୋକଙ୍କୁ ବିଲୁଆ କାମୁଡି ଲହୁଲୁହାଣ କରିଥିବା ଜଣାପଡ଼ିଛି। ସମସ୍ତ ଆହତ ବ୍ୟକ୍ତି ଚିକିତ୍ସିତ ହୋଇ ଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଲୁଆ କାମୁଡା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଛୋଟ ପିଲା ବୁଢା, ବୁଢ଼ୀ, ମହିଳା ଅଧିକ ଭୟ ଭିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ତୁରନ୍ତ ବିଲୁଆକୁ କାବୁ କରିବାକୁ ସାଧାରଣ ରେ ଦାବି ହୋଇଛି।

Khordha