ଦୁର୍ଘଟଣାରେ ୫ ଆହତ

ବୋଲଗଡ଼: ବୋଲଗଡ଼ ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥର ଟାଙ୍ଗୀ ସାହି ମରାଗଡ଼ିଆ ପୋଖରୀ ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଏଥିରେ ୫ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ, ଜିତେନ୍ଦ୍ର ପ୍ରଧାନ (୩୨) ଓ ସ୍ତ୍ରୀ ବନବାସିନୀ ପ୍ରଧାନ (୨୭) ଏବଂ ସଞ୍ଜୟ କୁମାର ଦିଗଲ (୨୫), ସ୍ତ୍ରୀ ଲକ୍ଷ୍ମୀ ବେହେରା (୨୨) ଓ ସମ୍ପର୍କୀୟ ସାନ ଭାଇ ଜ୍ଞାନ ସିଂହ (୧୯)। ବୋଲଗଡ଼ ଦମକଳବାହିନୀ ସେମାନଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଥିଲା। ମିଳିଥିବା ସୂଚନାରୁ ପ୍ରକାଶ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟ ଯାନି ସାହିର ଜିତେନ୍ଦ୍ର ପତ୍ନୀ ବନବାସିନୀଙ୍କ ସହ ଏକ ବାଇକ୍‌ରେ ରାଜସୁନାଖଳାରୁ ଫେରୁଥିଲେ। ସେହି ସମୟରେ ଟାଙ୍ଗୀ ସାହି ମରାଗାଡ଼ିଆ ପୋଖରୀ ନିକଟରେ ଅନ୍ୟ ଏକ ବାଇକ୍‌ରେ ଫୁଲବାଣୀ ଯାଉଥିବା ସଞ୍ଜୟ, ପତ୍ନୀ ଲକ୍ଷ୍ମୀ ଓ ସମ୍ପର୍କୀୟ ସାନ ଭାଇ ଜ୍ଞାନ ପଛପଟୁ ଜିତେନ୍ଦ୍ରଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ବୋଲଗଡ଼ ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ୨ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର