ଜବାହର ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ନାମ ପଂଜୀକରଣ

ଖୋର୍ଦ୍ଧା : ଭାରତ ସରକାରଙ୍କ ଶିକ୍ଷାନୀତି ୧୯୮୨ ଦ୍ୱାରା ଜିଲ୍ଲାରେ ଥିବା ଜବାହର ନବୋଦୟ ବିଦ୍ୟାଳୟଗୁଡ଼ିକର ଷଷ୍ଠ ଶ୍ରେଣୀରେ ନାମ ଲେଖାପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଅନଲାଇନରେ ପଂଜୀକରଣ ଆରମ୍ଭ ହୋଇଛି । ଛାତ୍ରଛାତ୍ରମାନେ ଏନେଇ ନବୋଦୟ ବିଦ୍ୟାଳୟର ୱେବସାଇଟରେ ନିଜ ନାମ ପଂଜୀକରଣ କରିପାରିବେ । ନାମ ପଂଜୀକରଣର ଶେଷ ତାରିଖ ୧୫ ଡିସେମ୍ବର ରଖାଯାଇଛି । ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର