ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ଖୋର୍ଦ୍ଧା : ଭୁବନେଶ୍ୱର ପଳାସପଲ୍ଲୀ ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ରରେ ହୋଇଥିବା ଯୌନ କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କିରାଣି ସଂଗ୍ରାମ ଦାଶକୁ ଆଜି ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

ଏନେଇ ସୂଚନା ଦେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ଏୟାରଫିଲ୍ଡ ଥାନାର ରିପୋର୍ଟ ପରେ ଡିଏସ୍ଏସ୍ଓଙ୍କୁ ଏନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା । ଡିଏସ୍ଏସ୍ଓ ଏନେଇ ରିପୋର୍ଟ ଦେବା ପରେ ଆଜି ଗିରଫ ଅଭିଯୁକ୍ତ ସଂଗ୍ରାମ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

 

ସମ୍ବନ୍ଧିତ ଖବର