ଗ୍ରାମରକ୍ଷୀଙ୍କୁ ହାଣି ଦୁର୍ବୃତ୍ତ ଫେରାର

ବାଲିଅନ୍ତା :ବାଳକାଟି ଫାଣ୍ଡି ଅଧୀନ ଭୁବନେଶ୍ବର- ବାଲିପାଟଣା ମୁଖ୍ୟ ରାସ୍ତାରେ ଆଜି ରାତି ୯ଟା ସମୟରେ ସାଇକେଲରେ ଯାଉଥିବା ଜଣେ ଗ୍ରାମରକ୍ଷୀଙ୍କୁ ଜଣେ ଦୁର୍ବୃତ୍ତ ଭୁଜାଲିରେ ହାଣି ଫେରାଇ ହୋଇଯାଇଛି। ଆହତ ଗ୍ରାମରକ୍ଷୀ ଜଣକ ହେଲେ ସୁନ୍ଦରପଦା ଅଞ୍ଚଳର ରବିନ୍ଦ୍ର ମଲ୍ଲିକ(୫୮)। ରବି ଏୟାରଫିଲ୍ଡ ଥାନାରେ ଗ୍ରାମରକ୍ଷୀ ଭାବେ  କାର୍ଯ୍ୟରତ ଥିବା କହିଛନ୍ତି।

ରବିନ୍ଦ୍ରଙ୍କର କାନ ଓ ହାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ରବି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ରବି ଘରକୁ ପଲାଇଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର କହିଛନ୍ତି। ସୂଚନା ମୁତାବକ ରବି କୁକୁଡ଼ା ବ୍ୟବସାୟ କରନ୍ତି। ଆଜି ସେ ସାଇକେଲରେ ଘରକୁ ଫେରୁଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କୁ ଶିଶିଲୋ – ବୁଦ୍ଧିପଡ଼ା ଛକ ମଝାମଝି ନିଛାଟଆ ସ୍ଥାନରେ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ତେବେ ରବିନ୍ଦ୍ରଙ୍କୁ ପାଖରେ ଥିବା ଟଙ୍କା ଲୁଟ ପାଇଁ କିମ୍ବା ପୂର୍ବ ଶତ୍ରୁତା ପାଇଁ ଆକ୍ରମଣ କରାଯାଇଛି, ତାହା ଏଯାଏ ସ୍ପଷ୍ଟ ହୋଇପାରିନି। ଅନ୍ୟ ପକ୍ଷରେ ଏନେଇ ବାଳକାଟି ଫାଣ୍ଡିରେ କୌଣସି ଅଭିଯୋଗ ହୋଇନଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର