ଛଦ୍ମ ବେଶରେ ରାତି ଅଧିଆ ଯାଇ ପଥର ମାଫିଆଙ୍କୁ ଗିରଫ କଲେ ବାଲୁଗାଁ ଏସଡିପିଓ

ବାଲୁଗାଁ: ପୁଣି ଚର୍ଚ୍ଚାରେ ବାଲୁଗାଁ ଏସଡିପିଓ । ଛଦ୍ମ ବେଶରେ ରାତି ଅଧିଆ ଯାଇ ପଥର ମାଫିଆଙ୍କୁ ଗିରଫ କରିଛନ୍ତି ଏସଡିପିଓ । ସାଦା ପୋଷାକରେ ଟ୍ରକକୁ ଲିଫ୍ଟ ମାଗି ଟାଙ୍ଗି ଥାନାରେ ହାଜର  କରାଇବାରେ ସକ୍ଷମ ହୋଇଛନ୍ତି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ । ଏହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଚାଲିଛି । କିଛି ଦିନ ତଳେ ମଦ ଦୋକାନକୁ ଗ୍ରାହକ ବେଶରେ ଯାଇ ମୋଟା ଅଙ୍କର ଫାଇନ ଜରିମାନା କରିଥିବା ବେଳେ ଏବେ ପଥର ମାଫିଆଙ୍କ ଉପରେ ଚଢାଉ କରି ଚୋରା ଚାଲାଣକାରୀଙ୍କ ନିଦ ହଜାଇ ଦେଇଛନ୍ତି ଏହି ଯୁବ ଅଫିସର ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଂଚଳରେ ମାଫିଆ ରାଜ ଚାଲିଛି । ଚୋରା ପଥର କାରବାର କରି ମାଫିଆ ଲକ୍ଷାଧିକ ଟଙ୍କାର ମୁନାଫା କରୁଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ହେଉଛି । ପଥର ଚୋର ଚାଲାଣ ଖବର ପାଇ ଏସଡିପିଓ ସାଧାରଣ ପୋଷାକ ପିନ୍ଧି ଚଣ୍ଡେଶ୍ୱର ଛକରେ ଅପେକ୍ଷା କରି ରହିଥିଲେ । ଆଉ ଗାଡି ଆସିବା ପରେ ତାଙ୍କୁ ଲିଫ୍ଟ ମାଗି ସିଧା ନେଇ ଗାଡିକୁ ଟାଙ୍ଗି ପୁଲିସର ଜିମା ଦେଇଥିଲେ ।

ସମ୍ବନ୍ଧିତ ଖବର