ବିଏମସି ଆରମ୍ଭ କରିବ ହ୍ୱିଲ ଅଫ କାଇଣ୍ଡନେସ୍ ସେବା, ମାଗଣାରେ ମିଳିବ ବସ୍ତ୍ର

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ହ୍ୱିଲ ଅଫ କାଇଣ୍ଡନେସ ସେବା | ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଭୁବନେଶ୍ୱରରେ ଏହି ସେବା ଆରମ୍ଭ କରାଯିବ | ଏହି ସେବା ମାଧ୍ୟମରେ ଗରିବ ଲୋକ ଯେଉଁମାନେ ଦୋକାନରୁ ବସ୍ତ୍ର କିଣି ପିନ୍ଧିପାରୁନାହାନ୍ତି ସେମାନଙ୍କୁ ମାଗଣାରେ ବସ୍ତ୍ର ପ୍ରଦାନ କରାଯିବ | ଆଉ ଆପଣ ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ | ଏହି କାର୍ଯ୍ୟକ୍ରମର ପରିକଳ୍ପନା ଅନୁଯାୟୀ ଆପଣ ଆପଣଙ୍କର ପିନ୍ଧା ବସ୍ତ୍ରକୁ ଗରିବ ଲୋକଙ୍କୁ ଦେଇପାରିବେ |

ଭୁବନେଶ୍ୱରରେ ଥିବା ଲୋକମାନେ ଯେଉଁମାନେ ବସ୍ତ୍ର ଦେବାକୁ ଇଛୁକ ନିଜ ପୁରୁଣା ବସ୍ତ୍ର ଏହି କାମ ପାଇଁ ନିୟୋଜିତ ଏନଜିଓକୁ ପ୍ରଦାନ କରିବେ | ସେହି ଏନଜିଓ ସମସ୍ତ ବସ୍ତ୍ରକୁ ଧୋଇବେ, ଈସ୍ତ୍ରୀ କରିବେ ଓ ତାହାକୁ ପୁରୁଷ,ମହିଳା,ଛୁଆ ଇତ୍ୟାଦି ତିନୋଟି ବିଭାଗରେ ଶର୍ଟ ଲିଷ୍ଟେଡ଼ କରିବେ | ଏହା ପରେ ଏହି ବସ୍ତ୍ରକୁ ଗରିବ ଲୋକଙ୍କୁ ଦିଆଯିବ |

ଏହି କାର୍ଯ୍ୟକ୍ରମ ପାଇଁ ଏକ ବସକୁ ଡିଜାଇନ କରାଯାଇଛି, ଏହି ବସରେ ସେହି ବସ୍ତ୍ରଗୁଡିକୁ ନିଆଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବସ୍ତ୍ରହୀନ ଲୋକଙ୍କୁ ମାଗଣାରେ ଏହି ସବୁ ବସ୍ତ୍ର ପ୍ରଦାନ କରାଯିବ |

ସମ୍ବନ୍ଧିତ ଖବର