ବୋଲଗଡ଼: ବୋଲଗଡ଼ ଥାନାର ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ହରିକେଶ୍ୱର ଗ୍ରାମରେ ଶାଶୂଘର ଲୋକେ ବୋହୂକୁ ମାଡ଼ ମାରି ଲହୁ ଲୁହାଣ କରିଦେଇଦେବା ଅଭିଯୋଗ ହୋଇଛି। ବୋଲଗଡ଼ ଥାନା ସବ୍ଇନ୍ସପେକ୍ଟର ପବିତ୍ର ପ୍ରଧାନ ସଦଳବଳ ଅଭିଯୁକ୍ତ ଶଶୁର ଘରେ ଚଢ଼ଉ କରି ଏକ ମୋବଇଲ ଫୋନ୍ ଜବତ କରିବା ସହ ଅଧିକ ତଦନ୍ତ ଚାଲୁ ରଖିଛନ୍ତି।
ସୂଚନାନୁଯାୟୀ, ହରିକେଶର ଗ୍ରାମର ଗୋବିନ୍ଦ ବେହେରାଙ୍କ ପୁଅ ରମାକାନ୍ତ ବେହେରା ଜଣେ ପୂର୍ବତନ ସ୍ଥଳସେନା କର୍ମଚାରୀ। ସେ ୨୦୦୯ ମସିହାରେ ଜଟଣୀ ଥାନା କୁଦିଆରୀ ଗ୍ରାମର ରବୀନ୍ଦ୍ର କୁମାର ବେହେରାଙ୍କ ଝିଅ ସୋନାଲିଙ୍କୁ ବିବାହ କରିଥିଲେ। ସେମାନଙ୍କର ୮ବର୍ଷର ଏକ ଝିଅଟିଏ ରହିଛି। ଅପରପକ୍ଷେ, ୨ବର୍ଷ ତଳେ ରମାକାନ୍ତ ଅବସର ନେବା ପରେ ପତ୍ନୀଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ମଧ୍ୟ ହେଉଥିଲା। ଏଥି ପାଇଁ ପୂର୍ବରୁ ଗ୍ରାମ୍ୟ ଭକ୍ତବ୍ୟକ୍ତିମାନେ ଉଭୟ ପରିବାର ମଧ୍ୟରେ ଦୁଇ ଦୁଇ ଥର ସମାଧାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଗତ ମଙ୍ଗଳବାର ସୋନାଲି ରହୁଥିବା କୁଦିଆରି ଠାରେ ରମାକାନ୍ତ ପହଞ୍ଚି ରାତିରେ ରହିଥିଲେ। ତେବେ ସେ ସୋନାଲିଙ୍କ ଅଜାଣତରେ ସେଠାରୁ ନଗଦ ୧୦ହଜାର ଟଙ୍କା, ବ୍ୟାଙ୍କ ପାସ୍ ବୁକ୍ , ଏଟିମ୍ କାର୍ଡ ଏବଂ ଅନ୍ୟନ୍ୟ ଦରକାରୀ କାଜଗପତ୍ର ଧରି ନିଜ ଗ୍ରାମକୁ ଫେରିଥିଲେ। ଏହା ଜାଣିବା ପରେ ସୋନାଲି ଗୁରୁବାର ତାଙ୍କ ବାପଘର ଲୋକଙ୍କ ସହିତ ଆସି ହରିକେଶ୍ବର ଗ୍ରାମରେ ପହଞ୍ଚିଥିଲେ। ମାତ୍ର ଶାଶୂଘର ଲୋକେ ସେମାନଙ୍କୁ ଘରେ ପୂରାଇ ନଦେବା ସହ ବୋହୂ ସୋନାଲିଙ୍କୁ ମାଡ଼ ମାରି ତାଙ୍କ ଭ୍ୟାନିଟି ବ୍ୟାଗ, ମୋବାଇଲ ଫୋନ୍ ଆଦି ଛଡ଼ାଇ ରଖିଥିଲେ ବୋଲି ସୋନାଲି ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଶାଶୂଘର ଲୋକଙ୍କ ମାଡ଼ରେ ବୋହୂ ଲହୁଲୁହାଣ
/sambad/media/post_attachments/wp-content/uploads/2018/12/dowrey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)