୧୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଠାରୁ ଆଜି କଟକର ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢ଼ଉରେ ୧୩ଳକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣକୁ ଗିରଫ କରାଯାଇଛି ।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍କ୍ୱାଡ୍ ଓ ଗୁଇନ୍ଦା ବିଭାଗ ଗୁରୁଜଙ୍ଗରେ ଚଢ଼ଉ କରିଥିଲେ । ଗୁରୁଜଙ୍ଗର କପିଳେଶ୍ୱର ସୁନ୍ଦରାୟ (୪୮) ବ୍ରାଉନସୁଗାର ନେଇ ତାଙ୍କ ଘରକୁ ଯାଉଥିବା ବେଳେ ଘର ବାହାରେ ଧରାପଡ଼ିଥିଲେ । ତାଙ୍କ ଠାରୁ ୧୩୦ ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର