ଖୋର୍ଧା : ଖୋର୍ଧା ପାଇକ ବିଦ୍ରୋହ ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନ୍ ବିପ୍ଳବୀ ନେତା ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ୧୯୦ ତମ ଶ୍ରାଦ୍ଧବାର୍ଷିକୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ପରିସରରେ ଆଜି ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରି ବକ୍ସି ଜଗବଂଧୁଙ୍କୁ ଜଣେ ବଡ଼ ଯୋଦ୍ଧା ବୋଲି କହିଥିଲେ। ବକ୍ସି ଜଗବନ୍ଧୁଙ୍କ ସଂଘର୍ଷପୂର୍ଣ୍ଣ ସଂଗ୍ରାମ ଆଜିର ଦିବସରେ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହେଉ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତାଭାବେ ଯୋଗ ଦେଇ ଅଧ୍ୟାପକ ଡ.ଗୁରୁପ୍ରସାଦ ମହାପାତ୍ର କହିଲେ ଯେ ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମ ଜୀବନ ପ୍ରତ୍ୟେକ ଓଡ଼ିଆଙ୍କୁ ଅନୁପ୍ରାଣିତ କରିବ। ସମ୍ମାନିତ ବକ୍ତାଭାବେ ଯୋଗ ଦେଇ ଐତିହାସିକ ସତ୍ୟବାଦୀ ବଳିୟାରସିଂ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ହୋଇଥିବା ସଂଗ୍ରାମ ବିଟ୍ରିଶ ସରକାରଙ୍କୁ ବିଚଳିତ କରି ଦେଇଥିଲା ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ସୁରଜିତ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ପାଇକ ସଂଗଠନର ଭୀମସେନ ପ୍ରଧାନ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ ସାମନ୍ତରାୟ, ବଂଶୀଧର ଜଗଦ୍ଦେବ, ଖୋର୍ଧା ବାର ଆସୋସିଏସନର ପୂର୍ବତନ ସଭାପତି ନୃସିଂହ ପ୍ରସାଦ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ଏଥିରେ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ
/sambad/media/post_attachments/wp-content/uploads/2018/01/khordha-buxi-jagabandhu-jayanti.jpg-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)