ରେଭେନ୍ସା କଲେଜ ଇଷ୍ଟ ହଷ୍ଟେଲର ଶତବାର୍ଷିକୀ : ପଦ୍ମଶ୍ରୀ ସଚ୍ଚିରାଉତରାୟଙ୍କ ଜନ୍ମପୀଠରୁ ‘ସ୍ମୃତିର ଷଠିଘର’ର ଶୁଭାରମ୍ଭ

ଖୋର୍ଦ୍ଧା : “ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠିଘର” ଜ୍ଞାନପୀଠ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ‘ଛୋଟମୋର ଗାଁଟିର’ର ଏହି କବିତା ପଂକ୍ତି ଆଜି ଅନେକ ବର୍ଷ ପରେ ପୁଣି ତାଙ୍କ ଜନ୍ମସ୍ଥାନ ଗୁରୁଜଙ୍ଗରେ ସ୍ମରଣ କରାଯାଇଛି । ରେଭେନ୍ସନା ଇଷ୍ଟ ହୋଷ୍ଟେଲ୍ର ଶତବାର୍ଷିକୀ ପାଳନ ଅବସରରେ ଆଜି ମହାନ କବିଙ୍କ ଜନ୍ମସ୍ଥାନ ଗୁରୁଜଙ୍ଗରୁ ଆରମ୍ଭ ହୋଇଥିଲା ‘ସ୍ମୃତିର ଷଠିଘର’ କାର୍ଯ୍ୟକ୍ରମ । ମହାନ କବିଙ୍କ ଜନ୍ମସ୍ଥାନ ଓ ଘରରୁ ମାଟି ନେଇ ଗଲାବେଳେ ତାଙ୍କୁ ମନେ ପକାଇ ଭକ୍ତିରେ ଗଦ୍ଗଦ୍ ହୋଇଯାଇଥିଲେ ଇଷ୍ଟହୋଷ୍ଟେଲର ବର୍ତମାନର ଅନ୍ତେବାସୀ ଓ ପୁରାତନ ଛାତ୍ର ।

ଆଜି ପ୍ରାୟ ୧୨ଟା ବେଳେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଆଜି ରେଭେନ୍ସା କଲେଜ ଓ ଇଷ୍ଟହୋଷ୍ଟେଲ୍ର ଏକ ପ୍ରତିନିଧୀ ଦଳ ଗୁରୁଜଙ୍ଗରେ ପହଂଚିଥିଲେ । ପଦ୍ମଶ୍ରୀ ରାଉରତରାୟଙ୍କ ଜନ୍ମସ୍ଥାନରେ ଏକ କଳସରେ ମାଟି ସଂଗ୍ରହ କରିଥିଲେ । ଏନେଇ ଟିମ୍ର ନେତୃତ୍ୱ ନେଇଥିବା ପୂର୍ବତନ ସଂସ୍କୃତି ସଚିବ ତଥା ଇଷ୍ଟ ହଷ୍ଟେଲର ପୂର୍ବ ଅନ୍ତେବାସୀ ମନୋରଂଜନ ପାଣିଗ୍ରାହୀ କହିଥିଲେ ଯେ ଇଷ୍ଟହୋଷ୍ଟେଲ୍ର ପୁରାତନ ଛାତ୍ର ସଂଘ ଦ୍ୱାରା ଚଳିତ ମାସ ୨୪ ତାରିଖରେ ହୋଷ୍ଟେଲର ଶତବାର୍ଷିକୀ ପାଳନ ହେବାକୁ ଯାଉଛି । ଏହି ଅବସରରେ ହେଷ୍ଟେଲରେ ରହୁଥିବା ସମସ୍ତ ପୁରାତନ ଛାତ୍ର ଓ ନୂତନ ଛାତ୍ରଙ୍କୁ ଯୋଡ଼ିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଇଷ୍ଟ ହୋଷ୍ଟେଲର ପୂର୍ବତନ ଛାତ୍ର ସଚ୍ଚି ରାଉତରାୟ ଓ ଇଷ୍ଟ ହୋଷ୍ଟେଲର ମୁଖପତ୍ର ‘ଜାଗରଣ’ର ପ୍ରଥମ ସମ୍ପାଦକ ଓ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଭଳି ଅନେକ ମହାପୁରୁଷଙ୍କ ଜନ୍ମସ୍ଥାନରୁ ମାଟି ନେଇ ଛାତ୍ରାବାସ ପରିସରରେ ଏକ ସ୍ମୃତିସ୍ତମ୍ଭ ଓ ସ୍ମୃତିବୃକ୍ଷ ସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି । ଆଜି, ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ଜନ୍ମସ୍ଥାନରୁ ଇଷ୍ଟହୋଷ୍ଟେଲର ପ୍ରାକ୍ତନ ଛାତ୍ର ତଥା ମହାପୁରଷଙ୍କ ଜନ୍ମସ୍ଥାନରୁ ମୃତ୍ତିକା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସ୍ମୃତିର ଷଠିଘର କାର୍ଯ୍ୟକ୍ରମର ସଂଯୋଜନା କରୁଥିବା ସମ୍ବିତ ତ୍ରିପାଠୀ କହିଥିଲେ ଏହା ପୁରାତନ ଛାତ୍ର ଓ ନୂତନ ଛାତ୍ରଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରିବା ଓ ହୋଷ୍ଟେଲ୍ର ଗୌରବମୟ ଇତିହାସ ଓ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ପୁଣି ସ୍ମରଣ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ।
ଟିମ୍ ସଦସ୍ୟମାନେ ମାଟି ସଂଗ୍ରହ କରିବା ସହ ଗୁରୁଜଙ୍ଗ ଗାଁ ବୁଲି ଦେଖିଥିଲେ । ଏହାପରେ ସଚ୍ଚି ରାଉତରାୟଙ୍କ ସମ୍ପର୍କୀୟଙ୍କୁ ଭେଟିଥିଲେ । ଏହି ଟିମ୍ରେ ପୂର୍ବତନ ଅନ୍ତେବାସୀ ଶଶାଙ୍କ ଶେଷର ରାଉତ, ରୁଦ୍ର ନାରାୟଣ ଧଳସାମନ୍ତ, ସନ୍ତୋଷ ସେଠୀ, ଅମିତ ସାହୁ, ଇଷ୍ଟ ଆଲୁମିନି ଆସୋସିଏସନ୍ର ସଭାପତି ପ୍ରତାପ ମହାନ୍ତି, ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଡ ସର୍ବନାରାୟଣ ମିଶ୍ର, ବର୍ତମାନର ଛାତ୍ର ଓ ଅନେ୍ଦବାସୀ ଗୌରବ କୁମାର ମଲ୍ଲିକ, ସିପୁନ କୁମାର ସାହୁ, ସବୁଜ ସାହିତ୍ୟ ସମିତିର ସମ୍ପାଦକ ସୂରଯ ଶତପଧୀ, ଜାଗରଣ ପତ୍ରିକାର ବର୍ତମାନର ସମ୍ପାଦକ ଶୁଭ୍ରଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର