ଜଟଣୀ : ଜଟଣୀ ମୁଖ୍ୟ ରାସ୍ତାର ମହୁଲ ଗୁଡ଼ିଆ ଛକ ନିକଟରୁ ଦିନ ଦ୍ବିପହରେ ଜଣେ ମହିଳାଙ୍କ ବେକରୁ ଲୁଟେରାମାନେ ସୁନା ଚେନ୍ ଝାମ୍ପିନେଇଛନ୍ତି। ସୂଚନାନୁଯାୟୀ, ଆଜି ପୁରୀରୁ ବଳରାମ ମହାପାତ୍ର ସ୍କୁଟିରେ ପତ୍ନୀଙ୍କୁ ବସାଇ ସ୍ଥାନୀୟ ବଡ଼ ନୂଆଗାଁ ସ୍ଥିତ ଶ୍ବଶୁର ଘରକୁ ଆସୁଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ପତ୍ନୀ ପିନ୍ଧିଥିବା ୩ଭରିର ସୁନା ଚେନ୍ ଝାମ୍ପିନେଇ ଚମ୍ପଟ ମାରିଥିଲେ। ବଳରାମଙ୍କ ଅଭିଯୋଗ କ୍ରମେ ଜଟଣୀ ଥାନା ପୁଲିସ୍ ତନାଘନା କରିଥିଲେ ବି ଲୁଟେରାଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।
ମହିଳାଙ୍କ ସୁନା ଚେନ୍ ଝାମ୍ପିନେଲେ
/sambad/media/post_attachments/wp-content/uploads/2018/11/chain.jpg)