ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ରହିଛି ଓ ରହିବି: ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଗତ ମାର୍ଚ ମାସରେ ବାଣପୁର ତହସିଲ ଅଫିସ କାର୍ଯ୍ୟାଳୟ ପରିସରରେ ନିଜର କାର୍  ପ୍ରତିପକ୍ଷ ବିଜେପି ସମର୍ଥକ ଓ ପୁଲିସ ଉପରେ ଗାଡ଼ି ଚଢ଼ାଇଥିବା ମାମଲାରେ ଫସିବା ପରେ ନିଜର ମତ ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ କହିଛନ୍ତି, ‘ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ରହିଛି ଓ ରହିବି। ବିଜେଡିର ମୁଁ ଜଣେ ସୈନିକ। ନିଲମ୍ବନ ଓ ବହିଷ୍କାର ଏ ଗୋଟିଏ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅଛି। ବିଜେଡି ପ୍ରତି ଆନୁଗତ୍ୟରେ ଅଛି। ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଛି । ଦଳ ଶହ ଅଛି । ୨୦୨୪ ରେ ମୋତେ କଣ ଦିଆଯିବ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି।

ଲୋକଙ୍କ ଉପରେ ମୁ ଗାଡି ଚେଢେଇନି । ମୁଁ ଗାଡ଼ିରେ ଯାଉଥିଲି । ବିଜେପି କର୍ମୀ ଆକ୍ରମଣ କଲେ। ବ୍ରେକ ବଦଳରେ ଏକସିଲେଟର ଉପରେ ଗୋଡ଼ ପଡିଗଲା । ମୋତେ ମାରିବା ପାଇଁ ବିଜେପି ଷଡଯନ୍ତ୍ର କରାଜିଥିଲା । ମୋତେ ବାଡେଇଲେ । ମୋ ଚେତା ପଳେଇଲା । ମୁଁ ଶିବ ମନ୍ଦିର ଯାଇଥିଲି, ମଦ ପିଇ ନଥିଲି । ସେମାନେ ମଦ ପିଥିଇଲେ । ଏ ଘଟଣା ପାଇଁ କାହିଁକି ଅନୁତାପକରିବି । ମୋର ଭୁଲ ନଥିଲା।’

 

ସମ୍ବନ୍ଧିତ ଖବର