ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଲି

ଖୋର୍ଦ୍ଧା : ଦେଶରେ ତେଲଦର ବୃଦ୍ଧି ପ୍ରତିବାଦରେ ଆଜି ଖୋର୍ଦ୍ଧା ନଗର କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଯାଇଛି ।

ଆଜି ଅପରାହ୍ଣରେ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ନେତୃତ୍ୱରେ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଏକ ରାଲିରେ ବାହାରି ବ୍ୟାଙ୍କ ଛକ ନିକଟରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଦେଶରେ ପେଟ୍ରୋଲ୍, ଡିଜେଲ୍ ଦର  ୮୦ ଟଙ୍କା ଟପିଯାଇଥିବାରୁ ଏହାକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହ  ଦୈନିକ ତେଲଦର ନିର୍ଦ୍ଧାରଣ କରିବା ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିଶିର ପରିଡ଼ା, ପଦ୍ମଚରଣ ରାୟ, ଦ୍ୱାରିକା ମହାନ୍ତି, ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ଦିଲୀପ ସେଠୀ, ଜିତେନ୍ଦ୍ର ଚମ୍ପତି, ଅମିତ ମହାନ୍ତି, ପ୍ରଦୋଷ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ ।

 

ସମ୍ବନ୍ଧିତ ଖବର