ଭୁବନେଶ୍ୱର: ଭୁବନେଶ୍ୱରରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ୫ ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା କମିଛି । ବିଏମସି କମିଶନର ସଂଜୟ ସିଂହ କହିଛନ୍ତି, ରାଜଧାନୀରେ କରାଯାଉଥିବା ତାଲାବନ୍ଦ ସଫଳ ହେଉଛି । ଲକଡାଉନ୍ ଯୋଗୁଁ ଲୋକଙ୍କ ଗହଳି କମିଛି, ତେଣୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସଂକ୍ରମଣ ସଂଖ୍ୟା ମଧ୍ୟ କମୁଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହେବା ସହ ୨୬ ଜଣଙ୍କ ମୃତ୍ୟୁ ହୋଇଛି ।
/sambad/media/post_attachments/wp-content/uploads/2021/05/E1_gkyoVIAIdc8v-e1621691393109-1024x261.jpg)
ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୨୧୯ ଏବଂ ୪ହଜାର ୮୮୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୫୧ ରହିଛି । ଆଉ ଏଥିମଧ୍ୟରୁ ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୦୭୬ ରହିଛି |
ଗତ ୫ ଦିନ ହେବ ରାଜଧାନୀରେ କରୋନା ସଂକ୍ରମଣ ହାର କମିଛି । ଗତକାଲି ଭୁବନେଶ୍ୱରରେ ୧୧ଶହ ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମେ ୧୫ ତାରିଖ ଠାରୁ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବିଏମସି କମିଶନର କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/E1_O0DmVUAMJHQS-750x430-1.jpg)