ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା; ୩୬ ସଂକ୍ରମିତ, ୨୮ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ସକାଳ ସୁଦ୍ଧା ୩୬ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଥିବା ବେଳେ ୨୮ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୩, ବାଲିପାଟଣା, ଚିଲିକା-ବାଲୁଗାଁ ଓ ବାଣପୁରରୁ ଜଣେ ଲେଖାଏଁ, ଭୁବନେଶ୍ୱର ବ୍ଲକରୁ ୨, ଜଟଣୀ ବ୍ଲକ ଓ ପୌରାଂଚଳରୁ ୮, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୮, ବେଗୁନିଆରୁ ୭, ଟାଙ୍ଗୀରୁ ୪ଜଣ ଅଛନ୍ତି । ଏହା ସହ ଗ୍ରାମାଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୦୬୪ ହୋଇଛି । ଅପରପକ୍ଷରେ ୨୮ ଜଣ ଚିକିତ୍ସାଧୀନ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୦୧ ହୋଇଛି । ୨୦୭ଜଣ ସଂକ୍ରମିତ ବର୍ତମାନ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର