ଖୋର୍ଦ୍ଧା ଗ୍ରାମାଂଚଳରେ କରୋନାର ୨ୟ ଲହର: ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ଦିନରେ ୨୦୦ରୁ ୫୦୦କୁ ବୃଦ୍ଧି

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସଂକ୍ରମଣର ୨ୟ ଲହରରେ ଆଜି ୯୪ଜଣ ସଂକ୍ରମିତ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦୦ଟପିଛି । କହିବାକୁ ଗଲେ ଅପ୍ରିଲ୍ ୬ ତାରିଖରୁ କରୋନାର ପ୍ରଥମ ସଂକ୍ରମଣ ଦେଖା ଦେବା ପରେ ୨୦ ତାରିଖ ମଧ୍ୟରେ ଯେତିକି ସଂକ୍ରମିତ ହୋଇଥିଲେ ୨୦ ତାରିଖରୁ ୨୬ ତାରିଖ ମଧ୍ୟରେ ତା’ର ଦୁଇ ଗୁଣ ସଂକ୍ରମିତ ହୋଇଛନ୍ତି ।
୨୦ ତାରିଖରେ ଖୋର୍ଦ୍ଧା ଗ୍ରାମାଂଚଳରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦୪ ଥିଲା । ୨୦ ତାରିଖରୁ ଆଜି ୬ ଦିନ ମଧ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ୩୦୦ ବୃଦ୍ଧି ଘଟିଛି । ଆଜି ଦୈନିକ ୯୪ ଜଣ ସଂକ୍ରମିତଙ୍କ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨୩ ହୋଇଛି ।
ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ଆଜି ଚିହ୍ନଟ ହୋଇଥିବା ୯୪ଜଣ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ପୌରାଂଚଳ ଓ ବ୍ଲକରୁ ସର୍ବାଧିକ ୨୧, ଜଟଣୀରୁ ୨୧, ବାଲିଅନ୍ତାରୁ ୯, ବାଲିପାଟଣାରୁ ୫, ଭୁବନେଶ୍ୱର ବ୍ଲକରୁ ୪, ବେଗୁନିଆରୁ ୫, ବୋଲଗଡ଼ରୁ ୧, ଟାଙ୍ଗୀରୁ ୭, ଚିଲିକା-ବାଲୁଗାଁରୁ ୭, ଅନ୍ୟ ଜିଲ୍ଲାରୁ ଖୋର୍ଦ୍ଧାକୁ ଆସିଥିବା ସଂକ୍ରମିତଙ୍କ ସଂଖ୍ୟା ୬, ଭୁବନେଶ୍ୱର ମହାନଗର ନିଗମରୁ ଜଣେ ସଂକ୍ରମିତଙ୍କୁ ଖୋର୍ଦ୍ଧାରେ ଚିହ୍ନଟ କରାଯାଇଛି ।
ବର୍ତମାନ ଖୋର୍ଦ୍ଧା ପୌରାଂଚଳ ଓ ବ୍ଲକରେ ସର୍ବାଧିକ ୧୨୬ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏହାା ପଛକୁ ଜଟଣୀରେ ୭୦ ଏବଂ ବୋଲଗଡ଼ରେ ସର୍ବନିମ୍ନ ୨୮ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

 

ସମ୍ବନ୍ଧିତ ଖବର