ବାଲିଅନ୍ତା : ଗୃହ ସଙ୍ଗରୋଧରେ ଦୁଇ କରୋନା ଯୋଦ୍ଧା

ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇ ଘରେ ସଂଗରୋଧରେ ଅଛନ୍ତି । ଆଜି ଏହି ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ  (ପିଏଚଇଓ) ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି । ସେ ଏବେ ଗୃହ ସଂଗରୋଧରେ ରହି ଚିକିତ୍ସାଧୀନ ଅଛନ୍ତି । ପ୍ରତ୍ୟକ୍ଷ ଭାବେ ସେ କୋଭିଡ଼ ପରୀକ୍ଷଣ , ଲାବ ପରିଚାଳନା ଓ ବ୍ଲକ ଅଞ୍ଚଳର କୋଭିଡ଼ ସଂପର୍କିତ ଅନ୍ୟାନ୍ୟ କାର୍ଯ୍ୟ ସଂପାଦନ କରୁଥିଲେ । ଗତ ଦୁଇଦିନ ପୂର୍ବେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତେଣୁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ସ୍ବାବ ପରୀକ୍ଷା କରାଇଥିଲେ ।

ଅନ୍ୟପକ୍ଷରେ କରୋନା ପଜିଟିଭ ଚିହ୍ନଟ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଗତ ସପ୍ତାହରୁ ଗୃହ ସଂଗରୋଧରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର