ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଆଳିସି ପଞ୍ଚାୟତ ଦନାପଡା ମୌଜାର ପାଚିଲା ଧାନ କିଆରୀରେ ନିଆଁ ଲାଗି ଜଳିଯାଇଛି | ଜନୈକ ସ୍ଥାନୀୟ ଚାଷୀ ତାଙ୍କ ବିଲରେ ଅମଳ ହୋଇ ପଡିଥିବା କୁଟାରେ ନିଆଁ ଲଗାଉଥିଲେ | ହଠାତ ପବନରେ ନିଆଁ ବ୍ୟାପି ପ୍ରାୟ ୧୦ ରୁ ୧୨ ଏକର ଧାନ ପୋଡି ପାଉଁଶ ହୋଇଯାଇଛି | ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି |
ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀର ୨ଟି ଗାଡ଼ି ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ | ପୋଡି ସମ୍ପର୍କରେ ଚାଷୀ ଅଦଲାବାଦ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତିର ଆକଳନ ହୋଇ ନ ଥିବା ଜଣାପଡିଛି | ସ୍ଥାନୀୟ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି | ସରକାରୀ ସ୍ତରରେ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି ହୋଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/ef1e3251-e5f8-45ea-af40-bc7580cfa587.jpeg)