ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା କୁଞ୍ଚପଦା ଠାରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ କୁଳନ୍ତିରାବାଗିଲୋ ଗ୍ରାମର ବିନାୟକ ଭୋଳ (୬୫)।
ସୂଚନା ଅନୁସାରେ, ଆଜି ସକାଳ ୯ ଟା ସମୟରେ ବିନାୟକ ଗୁଆପୁର ରାସ୍ତା ଦେଇ ମୁଣ୍ଡହଣା ଯାଉଥିଲେ। ମୁଣ୍ଡହଣା କେନାଲ ବ୍ରିଜ ନିକଟରେ ମାର୍ଥାପୁର ପଟକୁ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ବିନାୟକଙ୍କ ମୁଣ୍ଡ, ମୁହଁ, ନାକ, ଗୋଡ଼ର ପାଦ ଏବଂ ଆଣ୍ଠୁ, ହାତ, ଛାତିରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଅଟୋ ସାହାଯ୍ୟରେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏବେ ସେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ବାଇକ ଚାଳକ ମଧ୍ୟ ଗାଡ଼ିସହ କେନାଲ ଭିତରେ ଛିଟିକି ପଡିଥିବା ସୂଚନା ରହିଛି। ହେଲେ ତାଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ବାଲିପାଟଣା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଲିପାଟଣା: ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରତର
/sambad/media/post_attachments/wp-content/uploads/2020/11/Untitled-35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)