ନିଖୋଜ ହେବାର ମାସକ ପରେ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ପୁଲିସର ତଦନ୍ତ

ଖୋର୍ଦ୍ଧା: ନିଖୋଜ ହେବାର ମାସକ ପରେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ଜଙ୍କିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଆଜି ସକାଳେ ବୃଦ୍ଧାଙ୍କ ଘରଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ୍ ଅନ୍ତର୍ଗତ ରାଧାମୋହନପୁର କାଜୁ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଶଗଡ଼ଭଙ୍ଗା ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ମଙ୍ଗରାଜ ରାଧାମୋହନପୁର କାଜୁ ଜଙ୍ଗଲରେ ଗଳିତ ମୃତଦେହ ଦେଖି ସିକୋ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। ତାପରେ ବୃଦ୍ଧାଙ୍କ ପରିବାର ଲୋକେ  ଶାଢ଼ୀ ଓ ମଙ୍ଗଳସୂତ୍ର ଦେଖି ଶବଟି ହେମମଣି ମୁଦୁଲି(୭୫)ଙ୍କର ବୋଲି ଚିହ୍ନିଥିଲେ। ଏବେ ଜଙ୍କିଆ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ମହେଶ୍ବର ମୁଦୁଲିଙ୍କ ସ୍ତ୍ରୀ ହେମମଣି ମୁଦୁଲି ଦିନ ୧୦ଟା ବେଳେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଖୋଜାଖୋଜି ପରେ ବି ତାଙ୍କୁ ନ ପାଇବାରୁ ପରିବାର ପରିବାର ଲୋକେ ହେମମଣି ମୁଦୁଲିଙ୍କ ନିଖୋଜ ହେବା ନେଇ ସିକୋ ଫାଣ୍ଡିରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର