ଖୋର୍ଦ୍ଧା/ନିରାକାରପୁର: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପାହାଡ଼ ତଳେ ଶନିବାର ଏକ ହାତୀର ମୃତ ଦେହ ଉଦ୍ଧାର ହୋଇଛି। ଗାଁ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ମାଈ ହାତୀର ମୃତଦେହକୁ ଦେଖି ଟାଙ୍ଗୀ ବନ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ବନ ବିଭାଗର କର୍ମଚାରୀମାନେ ପାହଡ଼ ତଳକୁ ପହଞ୍ଚି ଦେଖିଥିଲେ ଯେ, ହାତୀର ଦେହ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହେବ ସଢ଼ି ଯାଇଛି। ବନ ବିଭାଗର କର୍ମଚାରୀଙ୍କ କହିବା ଅନୁସାରେ ହାତୀଟିର ବୟସ ୨୫ ବର୍ଷ ହେବ। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହୋଇଥିବ ସେ ନେଇ ତଦନ୍ତ ଚାଲିଛି।
ଖୋର୍ଦ୍ଧା: ଖଜୁରୀପଡ଼ା ପହାଡ଼ ତଳେ ହାତୀର ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/12/forest.jpg)