ନିରାକାରପୁର: ଖୋର୍ଦ୍ଧା ଜ଼ିଲ୍ଲା ଅଧୀନସ୍ଥ ଜଙ୍କିଆ ଓ ସିକୋ ପୁଲିସର ମିଳିତ ଚଢାଉରେ ସିକୋ ସ୍ଥିତ ଏକଦଳିଆ ଜଙ୍ଗଲରୁ ୧୬୦ ଲିଟର ଦେଶୀ ମଦ ସହ ବିପୁଳ ପରିମାଣରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।
ଏ ନେଇ ଜଙ୍କିଆ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ଜଙ୍କିଆ ଆଇଆଇସି ଭବାନୀଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି। କୌଶଳ କ୍ରମେ ଘଟଣା ସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Untitled-3.png)