ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଅବଦାନ ଅତୁଳନୀୟ। ସେ ଭଳି ଜଣେ ଜନନାୟକଙ୍କୁ ମନେ ପକାଇବା ପାଇଁ ତଥା ଶୁକ୍ରବାର ଦିନ ଦେଶବ୍ୟାପୀ କୃତଜ୍ଞତା ପ୍ରଦାନ କରାଯିବା ସହ ବିଭିନ୍ନ ଉତ୍ସବର ଆୟୋଜନ କରାଯାଇଥିଲା।
ପିଲାଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା
ନିରାକାରପୁର (ଉମେଶ ଚନ୍ଦ୍ର ପଟ୍ଟନାୟକ): ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କ ନେତୃତ୍ୱରେ ସ୍ଥାନୀୟ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ଯୁବଗୋଷ୍ଠୀଙ୍କୁ ନେଇ ଥାନା ପରିସରଠାରୁ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଅନୁରୂପଭାବେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରୋସ୍କୃତ କରାଯାଇଥିଲା। ଆର୍ଯ୍ୟବିହାରସ୍ଥିତ ସରସ୍ବତୀ ଶିଶୁମନ୍ଦିରର ସମ୍ପାଦକ ବିଭୁତି ଭୂଷଣ ଆଚାର୍ଯ୍ୟ, ପ୍ରଧାନ ଆଚାର୍ଯ୍ୟ ନଳିନୀ ରଥଙ୍କ ସମେତ ଥାନାର ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏଏସଆଇ ଶରତ ଚନ୍ଦ୍ର ବେହେରା, ହାବିଲଦାର ରତ୍ନାକର ବେହେରା ଓ ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଶିଶୁମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଥାନାର ଶବଇନ୍ସପେକ୍ଟର ଦୀପାଳିଶା ନାୟକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଆହୁରି ପଢ଼ନ୍ତୁ: Administrative Negligence: ଧୂଳିସାତ ହୋଇଗଲା ସ୍ବପ୍ନ, ଗଛ ତଳେ ବିତୁଛି ରୁମାଞ୍ଚଳଙ୍କ ଜୀବନ
ଜଂକିଆରେ ଗଣ ଦୌଡ ଓ ବିଭିନ୍ନ ପ୍ରତିଯୋଗିତା
/filters:format(webp)/sambad/media/media_files/2025/10/31/jankia-2025-10-31-22-02-24.jpg)
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ପୁଲିସ ତରଫରୁ ଏକ ଗଣଦୌଡ଼ ସରପାରୀସ୍ଥିତ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବାବେଳେ ଜଂକିଆ ସ୍ଥିତ ଆଇପିଏସ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆଜି ସକାଳ ୮ ଘଟିକା ସମୟରେ ଆଇଏନଏମଟି ଇଞ୍ଜିନିୟରିଂ କଲେଜ ପରିସରରୁ ଛାତ୍ରଛାତ୍ରୀ ମାନେ ସମୂହ ଗଣଦୌଡ଼ରେ ବାହାରିଥିଲେ। ଏହି ଗଣଦୌଡକୁ ଜଂକିଆ ଥାନାର ଆଇଆଇସି ସୁଶାନ୍ତ କୁମାର ବେହେରା ଓ କଲେଜ ନିର୍ଦ୍ଦେଶକ ଅମ୍ବିକା ପଟ୍ଟନାୟକ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧକ୍ଷା ଡ ଅଭିଷ୍ପା ମହାନ୍ତି, ସ୍ନିଗ୍ଧା ଏସ କର, ସଂଗ୍ରାମ କେଶରୀ ପରିଡ଼ା, ବିଜନ ଚନ୍ଦ୍ର ବେହେରା, ବିଜୟ କୁମାର ଜି, ପ୍ରବେଶ କୁମାର ଦାଶ, ଅମ୍ରିତ ଉଦୟସିଂ, ରୋଜାଲିନ ମହାରଣା, ଏ ଭଗ୍ୟଶ୍ରୀ ପାତ୍ର, ସୁମିତ୍ରା ଷଡ଼ଙ୍ଗୀ, ଅଲିଭା ଭୋଳ, ସନ୍ଦୀପ ବିଶ୍ବାଳ, ଉପାସନା ଗୟା, ପ୍ରିୟଙ୍କା ସାମଲ, ପ୍ରଦୀପ୍ତ ରାଉତ,ସସ୍ମିତା ପୃଷ୍ଟି ଓ ମୋନାଲିସା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ସେହିପରି ଜଙ୍କିଆସ୍ଥିତ ଆଇପିଏସ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ନିଜେ ଆଇଆଇସି ଶ୍ରୀ ବେହେରା ପରିଚାଳନା କରିଥିବାବେଳେ ଏସ ଆଇ କେଶବ ବେହେରା, ଏ ଏସ ଆଇ ପ୍ରମୋଦ କୁମାର ଦଳେଇ ଓ ବିଦ୍ୟାଧର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।
ରାଷ୍ଟ୍ରୀୟ ଏକତା ଦିବସରେ ଦୌଡ଼
ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମତିଥି ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଆୟୋଜିତ ଏକତା ଦୌଡ଼ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଯୁବକ ସଂଘର କର୍ମକର୍ତ୍ତା ପ୍ରମୁଖ ଭାଗ ନେଇଥିଲେ। ସ୍ଥାନୀୟ ସଦାଶିବ ତ୍ରିପାଠୀଙ୍କ ପାର୍କ ଠାରୁ ଏହି ଦୌଡ଼ ଆରମ୍ୱ ହୋଇ ପୋଲିସ ପଡିଆ ଠାରେ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଯୋଗ ଦେଇ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଏକତା ଦୌଡ଼ର ଶୁଭାରମ୍ଭ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍, ଏଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା , ଜିଲ୍ଲା କ୍ରୀଡା ଅଧିକାରୀ ସୁଶାନ୍ତ କୁମାର ନାୟକ, ସମୀର କୁମାର ପାତ୍ର, ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ସାହୁ ଏବଂ ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ, ବିଜେପିର ଜିଲ୍ଲାସଭାପତି କୁଂଜବିହାରୀ ଦାଶ ପ୍ରମୁଖ ଯୋଗ ଦେଇ ଦେଇଥିଲେ। ଦୌଡ଼ ଶେଷରେ ପୁଲିସ ପଡିଆ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସବୁ ଧର୍ମର ଗୁରୁ ମାନେ ଅତିଥି ଭାବରେ ଉପସ୍ଥିତ ରହିଥିଲେ ।
ମୈଦଲପୁରରେ ଗଣଦୌଡ଼
/filters:format(webp)/sambad/media/media_files/2025/10/31/maidalpur-2025-10-31-21-55-10.jpg)
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ ନବରଂଗପୁର ଜିଲ୍ଲା ମୈଦଲପୁର ପୁଲିସ ପ୍ରଶାସନ ତରଫରୁ ଗଣଦୌଡ଼ କାର୍ଯ୍ୟକ୍ରମ କରାଯାଇଛି। ସାରା ଦେଶ ଏହା ପାଳନ କରୁଥିବା ବେଳେ ଆଜି ମୈଦଲପୁର ଠାରେ ଏହା ପାଳନ କରାଯାଇଛି। ବନ ବିଭାଗ ଓ ଅଞ୍ଚଳବାସୀର ବୁଦ୍ଧିଜୀବୀ ସହ ଯୁବ ଗୋଷ୍ଠୀ ସାମିଲ ରହିଥିଲେ। ଥାନା ଠାରୁ ଏକ ଗଣ ଦୌଡ଼ ବାହାରି ମୈଦଲପୁର ସହର ପରିକ୍ରମା କରାଯାଇଥିଲା। ଏକତାର ବଳ ନାରା ଦେଇ ଲୋକଙ୍କ ନିକଟରେ ପହଞ୍ଚାଇ ଜାଗରଣ ସୃଷ୍ଟି କରିବାର ଲକ୍ଷ ବୋଲି ଥାନା ଅଧିକାରୀ ବିପିନ କୁମାର କୂଳଦୀପ କହିଛନ୍ତି। ଅଞ୍ଚଳର ସମସ୍ତଙ୍କ ଏକତା ଥିବା ସହ ଭାଇ ଚାରା ରହିଥିବା କହିଥିଲେ। ଆମ ଦେଶ ପ୍ରଗତି ପଥରେ ଏକତା ଦ୍ୱାରା ଚାଲିଛି ବୋଲି ବୁଦ୍ଧିଜୀବୀ ମାନେ କହିଥିଲେ। ଏକତା ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା ଓ ଗଣ ଦୌଡ଼ ଆୟୋଜନ କରିଥିବାରୁ ପୁଲିସ ପ୍ରଶାସନକୁ ଅଞ୍ଚଳବାସୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଆହୁରି ପଢ଼ନ୍ତୁ: Orissa HC Judgement: ଅଡୁଆରେ ବ୍ରହ୍ମପୁର ଏସ୍ପି, ସ୍ପଷ୍ଟୀକରଣ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/31/nirakarpur-2025-10-31-21-55-10.jpg)