ବିଇଓଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରାଥମିକ ଶିକ୍ଷକ ସଂଘ ଓ ବ୍ଲକ ଶିକ୍ଷାଧିକାରୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ।
ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ୍)ର ସଭାପତି ଯୁଧିଷ୍ଠିର ସାହୁଙ୍କ ନେତୃତ୍ୱରେ ସଂଘର ଏକ ୫ ଜଣିଆ ପ୍ରତିନିଧି ଦଳ ଯୋଗ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଦୀର୍ଘ ୨ ଘଂଟା ଧରି ଏହି ଆଲୋଚନା ଚାଲିଥିଲା । ଆଲୋଚନାରେ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ, ଗଣଶିକ୍ଷକ ଏକ୍ସ କ୍ୟାଡରଙ୍କ ମାସିକ ଦରମା ପ୍ରଦାନ, ସେବା ପୁସ୍ତକ ଅପ୍ଡେଟ୍ ସହ ଏହାର ନକର ପ୍ରଦାନ, ମାସିକ ବେତନ କପି ପ୍ରଦାନ, ଏମ୍ଏସିପି କାର୍ଯ୍ୟକାରୀ କରିବା ଆଦି ୮ଟି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଆଲୋଚନା ପରେ ବ୍ଲକ ଶିକ୍ଷାଧିକାରୀ ସମୟସୀମା ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଶିକ୍ଷକ ସଂଘ ପକ୍ଷରୁ ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧି ଦଳରେ ଅମୀୟ କୁମାର ପରିଡ଼ା, ଉପସଭାପତି ସୁକାନ୍ତି ଦେବୀ, ସହସମ୍ପାଦକ ଦିବ୍ୟସିଂହ ସୁବୁଦ୍ଧି, ରବିନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ସରୋଜିନୀ ସାହୁ ଓ ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର