ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଟ୍ରକ୍ ମାଲିକ ସଂଘ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସ୍ୱୀକୃତିପ୍ରାପ୍ତ ଖଣିରୁ ଟ୍ରାନଜିଟ୍ ପାସ୍ ପାଇଥିବା ଟ୍ରକ ଓ ଗାଡ଼ିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଖୋର୍ଦ୍ଧାରେ ବେଆଇନ ମାଙ୍କଡ଼ା ପଥର, ନିର୍ମାଣ ପଥର, ବାଲି, ମୋରମ ଆଦିର ଚାଲାଣ ଉପରେ ପ୍ରଶାସନ ପକ୍ଷରୁ ଘନଘନ ଚଢ଼ଉ କରାଯାଉଛି । ଗତ ୧ ମାସ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡରେ ବେଆଇନ ଲଘୁ ଖଣିଜଦ୍ରବ୍ୟ ଚାଲାଣ କରୁଥିବା ୧୫୦ରୁ ଅଧିକ ଟ୍ରକ, ଟିପର, ଟ୍ରାକ୍ଟର ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଛି । ଏହି ଘଟଣାରେ ଆଜି ଖୋର୍ଦ୍ଧା ଟ୍ରକ ମାଲିକ ସଂଘର କର୍ମକର୍ତାମାନେ ଉପଜିଲ୍ଲାପାଳ ଅଶୋକ ବେଉରିଆଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିଛନ୍ତି । ବୈଠକ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ କହିଛନ୍ତି ଯେ ଟ୍ରକ୍ ମାଲିକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । ୱାଇ ଫର୍ମ ପାଇଁ ଆବେଦନ କରିଥିବା ବେଳେ ତାହା ବିଳମ୍ବ ହେଉଥିବାରୁ ଏହାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ । ୱାଇ-ଫର୍ମ ସ୍ୱୀକୃତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ଆଇନଗତ ଭାବେ ସ୍ୱୀକୃତି ପାଇଥିବା ଖଣିରୁ ଟ୍ରାନଜିଟ୍ ପାସ୍ ପାଇଥିବା ଟ୍ରକ୍, ଗାଡ଼ିଗୁଡ଼ିକ ଉପରୁ ଜୋରିମାନା ଆଦାୟ କିମ୍ବା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ସଂଘର କର୍ମକର୍ତାଙ୍କୁ ସ୍ପଷ୍ଟ କରିଥିଲେ ବୋଲି ଉପଜିଲ୍ଲାପାଳ ଶ୍ରୀ ବେଉରିଆ ସୂଚନା ଦେଇଛନ୍ତି ।
ବେଆଇନ ପଥର ଚାଲାଣ ଧରପଗଡ଼: ଉପଜିଲ୍ଲାପାଳ ଓ ଟ୍ରକ ମାଲିକ ସଂଘ ମଧ୍ୟରେ ଆଲୋଚନା
/sambad/media/post_attachments/wp-content/uploads/2020/12/truck-owners-meeting-Khordha-subcollector.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)