ନିରାକାରପୁର: ଟାଙ୍ଗୀ ବନଖଣ୍ତ ଅଞ୍ଚଳରେ ସମ୍ପ୍ରତି ସାଧାରଣ ଲୋକେ ହାତୀ ଭୟରେ ପଦାକୁ ବାହାରି ପାରୁନାହାନ୍ତି। ଅପରପକ୍ଷେ, ହାତୀମାନଙ୍କୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳରେ ବ୍ୟାପକ ଫସଲ ହାନି ଘଟୁଛି। ଚଳିତ ବର୍ଷ ବିଳମ୍ବରେ ଚାଷକାର୍ଯ୍ୟ ସାଙ୍ଗକୁ ବାରମ୍ବାର ଲଗାଣ ବର୍ଷା ସତ୍ତ୍ବେ ଅଣ୍ଟା ଦମ୍ଭ କରି ଯାହା କିଛି ଫସଲ ଘରକୁ ନେବ ବୋଲି ସ୍ବପ୍ନ ଦେଖୁଥିବା ଚାଷୀ ଏବେ ଅମଳ ସମୟରେ ଉଜୁଡା ଧାନ କ୍ଷେତକୁ ଦେଖି ହତାଶ ହୋଇପଡ଼ିଛି।
ସୂଚନାଯୋଗ୍ୟ, ୧୯୯୯ ମହାବାତ୍ୟା ପରେ ଚନ୍ଦକା ଜଙ୍ଗଲରେ ଖାଦ୍ୟାଭାବ ଦେଖାଦେବାରୁ ସଂଖ୍ୟାଧିକ ହାତୀ ଅନ୍ୟତ୍ର ଖସି ପଳାଇ ଆସିଛନ୍ତି। ସେଥି ମଧ୍ୟରୁ ଟାଙ୍ଗୀ ଡେଲାଙ୍ଗରେଞ୍ଜ ଅଞ୍ଚଳରେ ଏକ ହାତୀପଲ ନିଜର ବସତି ଆରମ୍ଭ କରିଛନ୍ତି। ସେମାନଙ୍କ ସଂଖ୍ୟା ବଢ଼ି ଏବେ ୩୫ରୁ ୪୦ରେ ପହଞ୍ଚିଛି। ଏହି ହାତୀପଲ ଏବେ ଟାଙ୍ଗୀ ରେଞ୍ଜ ଅଧୀନ ଗୋଳବାଇ, ମୋଟା, ଡମଣଭୂମୀ, ଖଜୁରୀପଡ଼ା, ବଘେଇପୁଟ, ନାଲସିଂହ, କମାଗୁରୁ, ତୋଟାପଡ଼ା, ରତାମାଟି, ଛଣଗିରି, ନିରାକାରପୁର, କାଶୀପୁର, ସୁନ୍ଦରପୁର, ଭୂଷଣ୍ତପୁର ଆଦି ଅଞ୍ଚଳ ପାହାଡ଼ ତଳି ଜଙ୍ଗଲ ଏବଂ କାଜୁବଣରେ ଆଶ୍ରୟ ନେଇଛନ୍ତି। ଦିନସାରା ସେମାନେ ଜଙ୍ଗଲରେ ରହି ସଞ୍ଜ ନଇଁଲେ ବିଲବାଡ଼ିରେ ପଶି ତାଣ୍ଡବ ରଚୁଚନ୍ତି। ରାତିରେ ଚାଷଜମିରେ ପଶି ଧାନଫସଲ ଦଳି ଚକଟି ନଷ୍ଟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡିଆ ପଞ୍ଚାୟତ କାଶୀପୁର ଗହୀରରେ୨୦ରୁ ଅଧିକ ହାତୀ ପ୍ରାୟ ୩୦ ଏକରୁ ଅଧିକ ଚାଷଜମିରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏଥି ସହିତ ଚାଷୀ ରାଜୀବ ଜେନାଙ୍କର ପ୍ରାୟ ୩୦୦ କଳେଇ ଧାନ ଖାଇ ନଷ୍ଟ କରିଦେଇଛନ୍ତି। ହାତୀପଲ ଆତଙ୍କରେ ଗ୍ରାମଦାଣ୍ଡ ଶୂନଶାନ ହୋଇଯାଇଛି। ଏପରିକି ସନ୍ଧ୍ୟାରେ ପିଲାମାନେ ଭୟରେ ଟିଉସନ୍ ଯାଇନାହାନ୍ତି। ଲୋକଙ୍କୁ ସୁରକ୍ଷା ଦେବାରରେ ବନବିଭାଗ ହାତ ଟେକି ଦେଇଥିବା ବେଳେ ଗ୍ରାମବାସୀ ଆଜିଠାରୁ ପାଳିକରି କ୍ଷେତଜଗିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ, ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ଗଠିତ ଦୁଇଟି ଟିମ୍ ଧର୍ମକୁ ଆଖିଠାରବୋଲି ଚର୍ଚ୍ଚାହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ହାତୀପଲକୁ ଘଉଡ଼ାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
ହାତୀ ପଲଙ୍କ ଦୌରାତ୍ମ୍ୟ, ଅସହାୟ ବନବିଭାଗ:ବ୍ୟାପକ ଫସଲହାନି, ଚାଷୀ ମୁଣ୍ତରେ ଚଡ଼କ
/sambad/media/post_attachments/wp-content/uploads/2018/12/khurda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)