ଖୋର୍ଦ୍ଧା ସହର ନିକଟ ଜରିପୁଟରେ ୧୭ ଟିକିଆ ହାତୀପଲ : ଆତଙ୍କିତ ସ୍ଥାନୀୟ ଲୋକ 

ଖୋର୍ଦ୍ଧା : କିଛି ଦିନର ବ୍ୟବଧାନ ପରେ ପୁଣି ଖୋର୍ଦ୍ଧା ସହର ନିକଟରେ ଜଙ୍ଗଲୀ ହାତୀଙ୍କ ଉପସ୍ଥିତି ଦେଖାଦେଇଛି । ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଉପକଣ୍ଠ ଜରିପୁଟ ନିଜଟରେ ଚନ୍ଦକା ଜଙ୍ଗଲରୁ ଆସିଥିବା ୧୭ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ହାତୀ ମାନେ ବ୍ୟାପକ ଧାନ ଫସଲ ନଷ୍ଟ କରି ମୁଖ୍ୟ ରାସ୍ତା କଡରେ ରହି ଆତଙ୍କ ଖେଳାଉଥିବା ଜଣାପଡିଛି ।ବେରୁଁ ହା ରାସ୍ତାରେ  କେତେକ ଲୋକ ହାତୀ ଦଳ ମୁହଁରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଏନେଇ ଖୋର୍ଦ୍ଧା ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବା ପ୍ରୟାସ ଆରମ୍ଭ କରିଛନ୍ତି । ବାଣ ଫୁଟାଇ, ଉଜାଲ ଆଲୋକ ପକାଇ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଚାଲିଛି। ହାତୀ ପଲ ଜରିପୁଟ, ପାନ ବରଜ, ବେରୁଁ ହା, ସରଧାପୁର ଗାଁ ପାଖରେ ଉତ୍ପାତ କରୁଥିବା ବେଳେ ଧାନ ଫସଲ ସବୁ ଚକଟି ନଷ୍ଟ ଚଳାଇଛନ୍ତି। ହାତୀ ଙ୍କୁ ଘଉଡାଇବାକୁ ବନ ବିଭାଗ ର ଉଦ୍ୟମ ସଫଳ ନ ହେବାରୁ ଖୋର୍ଦ୍ଧା ସହର ଏବଂ ଆଖପାଖ ଗାଁ ର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ସମ୍ବନ୍ଧିତ ଖବର