ଟାଙ୍ଗୀ (ଖୋର୍ଧା) : ଟାଙ୍ଗୀ ଥାନା ପୁଲିସ ଦୁଇଟି ସ୍ଥାନରେ ଚଢ଼ଉ କରି ଚୋରାରେ ଚାଲାଣ ହେଉଥିବା ବିପୁଳ ପରିମାଣର ମଦ ସହ ନକଲି ଜର୍ଦା ଜବତ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଚଣ୍ଡେଶ୍ୱରର ରାଜେଶ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ଗମ୍ଭାରୀମୁଣ୍ଡାର ସଂଜୟ ସାହୁ ଓ ବାଳୁଙ୍ଗାଡିହପାଟଣାର ସଂଜୟ କୁମାର ବେହେରା। ଏହାସହ ପୁଲିସ ନକଲି ଜରଦା ପ୍ରସ୍ତୁତିରେ ବ୍ୟବହୃତ ୪୦ କେଜି କଞ୍ଚାମାଲ, ୬୦ଟି ଖାଲି ଡିଲକ୍ସ ଡବା, ପ୍ୟାକିଂ ମେସିନ୍, ଗ୍ରାଇଣ୍ଡର, ଆଇରନ୍, ଓଜନ ଓ ମାପ ମେସିନ୍ ଜବତ କରିଛି।
ନକଲି ଜର୍ଦା କାରଖାନା ଠାବ, ୪ ଗିରଫ
/sambad/media/post_attachments/wp-content/uploads/2017/12/tangi.jpg)