ଖୋର୍ଦ୍ଧା: ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କୃଷକ ସଭାର ସଦସ୍ୟ

ଖୋର୍ଦ୍ଧା: ଓଡ଼ିଶା କୃଷକ ସଭାର ଖୋର୍ଦ୍ଧା ଶାଖା ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଂଗଠନର ଜିଲ୍ଲା ସଭାପତି ଅନନ୍ତ ମଙ୍ଗରାଜଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୂର୍ବାହ୍ନରେ କୃଷକମାନେ ଏକାଠି ହୋଇ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଧାନର ସହାୟକ ମୂଲ୍ୟ ୩୦୦୦ ଟଙ୍କା, କୃଷକମାନଙ୍କ ଋଣ ଛାଡ, ପ୍ରତି ପଞ୍ଚାୟତରେ ଧାନମଣ୍ଡି ଖୋଲିବା ଓ ହାତୀ ଉପଦ୍ରବରୁ ଚାଷୀ ଫସଲର ସୁରକ୍ଷା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର