ମଝି ଚିଲିକାରେ ଅଗ୍ନିକାଣ୍ଡ: ବିପଦରେ ବନ୍ୟଜନ୍ତୁଙ୍କ ଜୀବନ

ବାଲୁଗାଁ: ମଝି ଚିଲିକାରେ ଅଗ୍ନିକାଣ୍ଡ, ଜଳୁଛି ନଳ ଘାସ। କାଳୁପଡ଼ା ଘାଟ ଜେଟି ନିକଟରେ ନଳ ଘାସରେ ଲାଗିଛି ନିଆଁ। ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟଜନ୍ତୁଙ୍କ ଜୀବନ। ଚିଲିକାରେ ଫିସିଂ କ୍ୟାଟ୍ ଓ ଅନେକ ପ୍ରଜାତିର ପକ୍ଷୀ ରହୁଥିବା ବେଳେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଘଟଣା ଜଣାପଡ଼ିବା ପରେ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

ଡଙ୍ଗାରେ ବସି ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ନିଆଁ ଯେପରି ନ ବ୍ୟାପେ ସେଥିପ୍ରତି ନଜର ରଖିଛନ୍ତି ବନ କର୍ମଚାରୀ।

ସମ୍ବନ୍ଧିତ ଖବର