ଖୋର୍ଦ୍ଧା: ସାରୁଆ ଶିଳ୍ପାଞ୍ଚଳର ଏକ ତେଲ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ତେଲ କାରଖାନାର ଗୋଦାମ ଘରେ ନିଆଁ ଲାଗିଛି। ନିଆଁ ଲିଭାଇବା କାମରେ ତିନୋଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।
ଆଜି ମଧ୍ୟାହ୍ନରେ ଉକ୍ତ କାରଖାନାରେ କର୍ମଚାରୀମାନେ କାମରେ ନିୟୋଜିତ ଥିବା ବେଳେ ଗୋଦାମରେ ସର୍ଟସର୍କିଟ ହୋଇ ନିଆଁଲାଗି ପ୍ରବଳ ଧୂଆଁ ବାହାରିଥିଲା। ଏହା ଦେଖି କର୍ମଚାରୀମାନେ ବାହାରକୁ ଚାଲିଆସିଥିଲେ। ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ତିନୋଟି ଦମକଳ ବାହିନୀ ନିଆଁ ଲିଭାଉଛନ୍ତି। ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ଜଣାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Untitled-16.png)