ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ଦେବରାଜ ସୁବୁଦ୍ଧି। ସେ ପେସାରେ ଜଣେ ବ୍ୟବସାୟୀ ଅଟନ୍ତି।

Advertisment

ସୂଚନାଯୋଗ୍ୟ, ବାଣପୁରରେ ବସବାସ କରୁଥିବା ବ୍ୟବସାୟୀ ସୁବୁଦ୍ଧି ଜାଲ କାଗଜ ପତ୍ର ଦେଖାଇ ଏକ କୋଟି ଟଙ୍କା ହଡ଼ପ କରିବା ନେବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି।