ଖୋର୍ଦ୍ଧା: ପରଲୋକରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜ। ୧୦୪ ବର୍ଷ ବୟସରେ ଗତକାଲି ରାତି ୯ଟା ୪୫ ମିନିଟ୍ ସମୟରେ ବେଗୁନିଆ ବ୍ଲକ ସିକୋ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ହଟ୍ଟନାଥ ମଙ୍ଗରାଜ ମହାନ୍ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିଲେ ।
ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଭାଷା ଆନ୍ଦୋଳନ ପାଇଁ ନିଜକୁ ସର୍ମପିତ ଥିଲେ। ୧୮୧୭ର ପାଇକ ସଂଗ୍ରାମକୁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନର ମାନ୍ୟତା ଦାବି କରି ସେ ଅଭିଯାନ ଆରମ୍ଭ କରିଥିଲେ। ସ୍ବାଧୀନତା ସଂଗ୍ରାମର ଏହି ମହାନ୍ ବ୍ୟକ୍ତିତ୍ବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରାକ୍ତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରଚଣ୍ଡ ସ୍ବାଭିମାନୀ ସ୍ବାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜ ସରକାରଙ୍କଠାରୁ ସ୍ବାଧୀନତା ସଂଗ୍ରାମୀ ଭତ୍ତା ଗ୍ରହଣ କରିବାକୁ ମନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Untitled-12.png)