ଖୋର୍ଦ୍ଧା: କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଚଢ଼ାଉ କରି ୫୫ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଗୁଇନ୍ଦା ଅବକାରୀ ବିଭାଗର ଇନ୍ସପେକ୍ଟର ଅମରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତର ଓରମୀ ଗ୍ରାମର ପୁପୁନ ବଲିୟାରସିଂହ ଗିରଫ ହୋଇଛନ୍ତି।
ଖୋର୍ଦ୍ଧା: ୫୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2017/12/khordha.jpg)