ନିରାକାରପୁର (ଉମେଶ ଚନ୍ଦ୍ର ପଟ୍ଟନାୟକ): ଗାଁଠୁ ସହର ପର୍ଯ୍ୟନ୍ତ ଆଲୋକ ଓ ଭାଇଚାରାର ପର୍ବ ‘ଦୀପାବଳି’ ନେଇ ଲୋକଙ୍କ ମନରେ ଆଗ୍ରହ ଦେଖିବାକୁ ମିଳିଛି। ଏହି ପର୍ବରେ ନୂଆ ପୋଷାକ ପିନ୍ଧି ସୁଆଦିଆ ମିଠା ଓ ପିଠା ଖାଇ ବାଣ ଫୁଟାଇବାକୁ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥାନ୍ତି। ଅଗଣା ଘର, ବାରି ସବୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳରେ ଝଲସି ଉଠିପଡ଼ି ଥାଏ। ଏହି ପରିପ୍ରେକ୍ଷୀରେ ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ବାଣ ଫୁଟାଇବା ନିମନ୍ତେ ବିଶେଷ ଆଗ୍ରହ କରିଥାନ୍ତି।ସେଥିପାଇଁ ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଖୁଚୁରା ବାଣ ବ୍ୟବସାୟୀ ପ୍ରତିବର୍ଷ ଭଳି ବ୍ୟବସାୟ ଆରମ୍ଭ କରିଛନ୍ତି। ବର୍ଷା ସତ୍ୱେ ଏହାକୁ ଖାତିର ନକରି ଅସ୍ଥାୟୀ ବାଣ ବଜାରକୁ ଗ୍ରାହକଙ୍କ ମନ ଛୁଟିଛି। ତେବେ ଚଳିତବର୍ଷ ବିଭିନ୍ନ ସ୍‌ଟ୍‌ ବାଣ ପ୍ରତି ଯୁବଗୋଷ୍ଠୀଙ୍କ ଆଗ୍ରହ ବଢିଥିବା ବେଳେ କିନ୍ତୁ ଅଦା, ରସୁଣ ଓ ସିଗାରେଟ ବାଣ ଫୁଟେଇବା ନେଇ ପିଲାଙ୍କ ଆଗ୍ରହ ବଢିଛି। ୬୦ରୁ ୧୦୦ଟି ଥିବା ବାଣ ପ୍ୟାକେଟର ମୂଲ୍ୟ ୨୫୦ରୁ ୫ହଜାର ଟଙ୍କା ଦର ରହିଛି।

Advertisment

ସେହିପରି ପିଲାଙ୍କ ଫୁଟାଇବା ନିମନ୍ତେ ଅଦା ବାଣ ପ୍ୟାକେଟ ୨୪୦ଟଙ୍କା, ରସୁଣବାଣ-୩ଶହ ଟଙ୍କା ଓ ସିଗାରେଟ ବାଣ ୧୬୦ଟଙ୍କା ରହିଛି। ଯାହାକୁ ନେଇ ପିଲାଙ୍କ ଉତ୍ସହବଢିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଚଳିତବର୍ଷ ଟାଙ୍ଗୀ ବ୍ଲକ ଅଞ୍ଚଳରେ ନିରାକାରପୁର ବଜାର ସମେତ ଭୂଷଣ୍ଡପୁର, ଚଣ୍ଡେଶ୍ୱର, ଟାଙ୍ଗୀ, କୁହୁଡି ଆଦି ଅଞ୍ଚଳରେ ଥିବା ଖୁଚୁରା ବାଣ ବ୍ୟବସାୟୀଙ୍କ ନିମନ୍ତେ ମୋଟ ୨୮ଟି ଦୋକାନୀଙ୍କ ପାଇଁ ଅନୁମତି ମିଳିଛି।

ସରକାରଙ୍କ ନିୟମ ଅନୁସାରେ ବିଭିନ୍ନ ପ୍ରକାର ସବୁଜ ବାଣକୁ କିଣା ଅନୁସାରେ ବିକ୍ରି କରାଯାଉଛି। ପିଲାଙ୍କ ଉତ୍ସାହଲାଗି ଲଙ୍କା, ରସୁଣ, ଅଦା, ସିଗାରେଟ, ନଟୁ ଓ ସାପ ଆଦି ବାଣ ରହିଥିବା ଖୁଚୁରା ବ୍ୟବସାୟୀ ଅକ୍ଷୟ କୁମାର ରଣବୀର, ନବ ମାଝୀ ଓ ବିଭୁ ବଳିୟାର ସିଂହ କୁହନ୍ତି। ଓଡ଼ିଶା ଫାୟାର ସେପ୍ଟି ଆକ୍ଟ ଅନୁସାରେ ସମସ୍ତ ଦିଗକୁ ତର୍ଜମା କରାଯାଇଛି। ଏପରିକି ପ୍ରତ୍ୟକ ବ୍ୟବସାୟୀ ଅତ୍ୟାବଶ୍ୟକତା ଦୃଷ୍ଟିରୁ ଦୋକାନ ସମ୍ମୁଖରେ ବାଲି, ପାଣି, ଓଦା ଅଖା, ଅଗ୍ନି ନିର୍ବାପକ ଯନ୍ତ୍ର ଆଦି ରଖିବା ସହ ସମସ୍ତ ସରକାରୀ ନିୟମ ପାଳନ କରିବା ପାଇଁ ମାର୍ଗଦର୍ଶିକାରେ ସୂଚନା ପ୍ରଦାନ କରାଯାଇଥିବା ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତାପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ବିଭାଗ ପକ୍ଷରୁ ସବୁଜ ବାଣ ବିକ୍ରି କରିବା ନିମନ୍ତେ କୁହାଯାଇଛି। ଭୟାବାହତା ଦୃଷ୍ଟିରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି କରାଯାଇଥିବା ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି।ରେ ନୂଆ ପୋଷାକ ପିନ୍ଧି ସୁଆଦିଆ ମିଠା ଓ ପିଠା ଖାଇ ବାଣ ଫୁଟାଇବାକୁ ସମସ୍ତେ ବ୍ୟସ୍ତ  ବିବ୍ରତ ହୋଇପଡିଥାନ୍ତି। ଅଗଣା ଘର, ବାରି ସବୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳରେ ଝଲସି ଉଠିପଡ଼ି ଥାଏ। ଏହି ପରିପ୍ରେକ୍ଷୀରେ ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ବାଣ ଫୁଟାଇବା ନିମନ୍ତେ ବିଶେଷ ଆଗ୍ରହ କରିଥାନ୍ତି।ସେଥିପାଇଁ ଆଜିଠାରୁ ନିରାକାରପୁର ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଖୁଚୁରା ବାଣ ବ୍ୟବସାୟୀ ପ୍ରତିବର୍ଷ ଭଳି ବ୍ୟବସାୟ ଆରମ୍ଭ କରିଛନ୍ତି।  

Khordha | Diwali