ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ସୀତାରାମ ଛକ ସ୍ଥିତ କାହ୍ନା ଗେଷ୍ଟ ହାଉସ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବତୀ ହେଲେ ରଶ୍ମିତା ଜେନା। ତେବେ ଗତକାଲି ଅପରାହ୍ନରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ସ୍ମୃତିରଞ୍ଜନ ଜେନା ହୋଟେଲ ବୁକ୍ କରି ରହିଥିଲେ। ରାତି ୧୦ଟା ସମୟରେ ସ୍ମୃତିରଞ୍ଜନ ହୋଟେଲରୁ ବାହାରି ଖାଇବା ଆଣିବାକୁ ଯାଉଛି କହି ଆଉ ଫେରିନଥିଲେ। ଆଜି ସକାଳେ ପୁରୁଷବନ୍ଧୁ ହୋଟେଲ ନମ୍ବରରେ କଲ କରି ଯୁବତୀଙ୍କ ସହ କଥା ହେବାକୁ କହିଥିଲେ। ଯୁବତୀ କବାଟ ଖୋଲୁନାହାନ୍ତି ବୋଲି ହୋଟେଲ କର୍ମଚାରୀ ତାଙ୍କୁ ଉତ୍ତର ଦେଇଥିଲେ। ଏହାପରେ ଯୁବକ ଜଣଙ୍କ ଆଉ ଫୋନ୍ ରିସିଭ କରି ନଥିଲେ। ପରେ ହୋଟେଲ ପକ୍ଷରୁ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ଝରକା ପଟେ ଯୁବତୀ ଫ୍ୟାନ୍ରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଅନ୍ୟପଟେ ପୁରୁଷ ବନ୍ଧୁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ତାଙ୍କ ମୋବାଇଲ ସ୍ବିଚ୍ ଅଫ ରହିଥିବା ପୁଲିସ କହିଛି।
ଘଟଣାନୁଯାୟୀ, ଗତକାଲି ଅପରାହ୍ନ ୪ଟା ସମୟରେ ଯୁବତୀ ରଶ୍ମିତା ଓ ତାଙ୍କ ପୁରୁଷ ବନ୍ଧୁ ସ୍ମୃତିରଞ୍ଜନ ହୋଟେଲକୁ ଆସିଥିଲେ। ଉଭୟ ନିଜର ପରିଚୟପତ୍ର ଦେଇ ୧୧୩ ନଂ ରୁମ୍ ବୁକ୍ କରିଥିଲେ। ରାତି ୧୦ଟା ସମୟରେ ସ୍ମୃତିରଞ୍ଜନ ଖାଇବା ଆଣିବାକୁ କହି ଯାଇଥିଲେ। ଆଉ ହୋଟେଲକୁ ଫେରିନଥିଲେ। ଆଜି ସକାଳେ ରୁମ୍ ଝାଡ଼ୁ ମାରିବା ପାଇଁ କର୍ମଚାରୀ କବାଟ ବାଡ଼େଇ ଥିଲେ ମଧ୍ୟ କେହି ଖୋଲି ନଥିଲେ। କର୍ମଚାରୀ ଜଣଙ୍କ ଘଟଣା ସମ୍ପର୍କରେ ମ୍ୟାନଜରକୁ ଜଣାଇଥିଲେ। ଏହି ସମୟରେ ପୁରୁଷବନ୍ଧୁ ହୋଟେଲକୁ ଫୋନ୍ କରି ୧୧୩ ନମ୍ବର ରୁମ୍ ବୁକ୍ କରିଥିଲି। ମୁଁ ଭୁବନେଶ୍ବର ପଳିଆସିଛି କିନ୍ତୁ ରୁମ୍ରେ ମାଡାମ୍ ଜଣଙ୍କ ଫୋନ୍ ରିସିଭ କରୁନାହାନ୍ତି। ହୋଟେଲ ପକ୍ଷରୁ ଆପଣ ଏଠାକୁ ଆସିବାକୁ କହିଥିଲେ। ହେଲେ ତା ପରେ ବାରମ୍ବାର କଲ କରିବା ସତ୍ବେ ଫୋନ୍ ସ୍ବିଚ୍ ଅଫ ଥିବା ଜାଣିବାକୁ ପାଇଥିଲେ। ପରେ ଏ ନେଇ ହୋଟେଲ ପକ୍ଷରୁ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ଝରକାରେ ଯୁବତୀ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତଦେହ ସେହଭଳି ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। ଅନ୍ୟପଟେ ହୋଟେଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ପୁଲିସ ସନ୍ଦେହ ଘେରରେ ଥିବା ବେଳେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲ ଟ୍ରାକିଂ କରି ଭୁବନେଶ୍ବରେ ଥିବା ଜାଣିବାକୁ ପାଇଛି। ଅନ୍ୟପଟେ ପୁରୁଷ ବନ୍ଧୁଙ୍କ ଘର ଜଗସିଂହପୁର ଜିଲ୍ଲା ମାଛଗାଁ ଅଞ୍ଚଳର ହୋଇଥିବା ବେଳେ ଯୁବତୀଙ୍କ ଠିକଣା ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/7888ea96-a471-47a3-bd73-df25b280a664.jpg)