ବଢ଼ିଲା ହୀରାକୁଦ ଚିନ୍ତା:ଅେକ୍ଟାବରରୁ କମିଲାଣି ଜଳପତ୍ତନ

ବାଟ ଓଗାଳି ବସିଛି ଛତିଶଗଡ: ବିଦ୍ୟୁତ ଉତ୍ପାଦନ ପ୍ରଭାବିତ େହାଇପାରେ :ଛତିଶଗଡ଼କୁ ଚିଠି େଲଖିଲା ଓଡ଼ିଶା

0

ଭୁବନେଶ୍ବର: ମହାନଦୀ ମହାବିବାଦକୁ େନଇ ଓଡ଼ିଶା-ଛତିଶଗଡ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଖୁବ୍ ଶୀଘ୍ର ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଶୁଣାଣି ଆରମ୍ଭ େହବ। ଏମିତି ଏକ ସମୟରେ ହୀରାକୁଦ ଜଳଭଣ୍ଡାର ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଲାଣି।
ଜଳଭଣ୍ଡାରରେ ଚଳିତବର୍ଷ େଦଖା ଯାଇଥିବା ଏକ ବିଲକ୍ଷଣ ହିଁ ବିଭାଗର ମୁଣ୍ଡ ଘୂରାଇେଦଲାଣି। ଚଳିତବର୍ଷ ଜଳଭଣ୍ଡାର ପୂର୍ଣ୍ଣ ତ େହଲାନି, ଓଲଟା ଅେକ୍ଟାବର ଦ୍ବିତୀୟ ସପ୍ତାହ ମଧ୍ୟରେ ଜଳଭଣ୍ଡାରରୁ ପାଖାପାଖି ଏକ ଫୁଟ ଜଳ କମିଗଲାଣି। ସ୍ଥିତି ଏମିତି େହାଇଛି େଯ ଖରାଦିନ ବା ଅଣମୌସୁମୀ ସମୟରେ ଜଳଯୋଗାଣ କରିବାକୁ ହେଲେ ଏେବ ଜଳବିଦ୍ୟୁତ ଉତ୍ପାଦନ ଓ ଚାଷୀଙ୍କ ପାଇଁ ପାଣି େଯାଗାଣ ବନ୍ଦ କରିବା ଭଳି ଦୁଇଟି କଠୋର ନିଷ୍ପତ୍ତି େନବାକୁ ପଡିପାେର।
େକବଳ େସତିକି ନୁେହଁ, ସ୍ଥିତି ଯଦି ଉତ୍କଟ ଆଡକୁ ଯାଏ, େତବେ ହୀରାକୁଦ ଜଳଭଣ୍ଡାର ରୁଲର୍ସ କର୍ଭ ପରିବର୍ତନ କରିବାକୁ ପଡିପାରେ େବାଲି ଜଳସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା େଦଇଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର େଜନା ଆଜି ଛତିଶଗଡ଼ ଜଳସଂପଦ ସଚିବଙ୍କୁ ଚିଠି ଲେଖି ପରିସ୍ଥିତିର ଭୟାବହତା ସଂପର୍କରେ ଅବଗତ କରାଇଛନ୍ତି। େକବଳ େସତିକି ନୁେହଁ, ସବୁ ଜଳଭଣ୍ଡାର ବା ବ୍ୟାରେଜ୍ େଗଟ୍ ବନ୍ଦ ନ କରିବା ଲାଗି ମଧ୍ୟ ଜଣାଇଛନ୍ତି। ଅନ୍ୟପକ୍ଷରେ ଛତିଶଗଡର ଏଭଳି ମନମାନି ସଂପର୍କରେ ଆଜି ରାଜ୍ୟ ଜଳସଂପଦ ବିଭାଗ େକନ୍ଦ୍ରୀୟ ଜଳ ଆେୟାଗ ଓ େକନ୍ଦ୍ର ଜଳସଂପଦ ମନ୍ତ୍ରାଳୟକୁ ଅବଗତ କରାଇଛନ୍ତି। ଯାହା ସୂଚନା ମିଳିଛି, ଟ୍ରିବ୍ୟୁନାଲ ନିକଟରେ ଓଡ଼ିଶା ଏ ସଂକ୍ରାନ୍ତରେ ଆଉ ଏକ ପିଟିସନ୍ ଦାଖଲ କରି ଅନ୍ତରୀଣ ସହାୟତା ମାଗିପାରେ।
ରାଜ୍ୟ ଜଳସଂପଦ ବିଭାଗର ତଥ୍ୟ ଅନୁସାରେ, େସପ୍ଟେମ୍ବର ୩୦ ଅଥବା ଅେକ୍ଟାବର ୧ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ୬୩୦ ଫୁଟ୍ ରହିବା କଥା। ଯଦିଓ ଚଳିତବର୍ଷ ସ୍ବାଭାବିକ ବର୍ଷା (ହାରାହାରି ୧୧.୩% ଅଧିକ) େହାଇଛି, ତଥାପି ଜଳଭଣ୍ଡାର ତାର ଲକ୍ଷ୍ୟ ହାସଲ କରିପାରିଲା ନାହିଁ। ଅେକ୍ଟାବର ୧ ତାରିଖ ଦିନ ହୀରାକୁଦ ଜଳଭଣ୍ଡାରର କ୍ଷମତା ଥିଲା ୬୨୯.୫୬ ଫୁଟ୍।
ବୁଝାମଣା ଅନୁସାରେ, ମୌସୁମୀ େଫରିଯିବା ପରେ ବି ନଦୀର ଜଳଧାରା େଯଭଳି ବ୍ୟାହତ ନ ହୁଏ, େସଥିପାଇଁ ଉଭୟ ଛତିଶଗଡ ଓ ଓଡ଼ିଶା ସରକାର ଯତ୍ନବାନ ଥାନ୍ତି। ଜଳ ବିଦ୍ୟୁତ ଉତ୍ପାଦନ ଓ ଚାଷ ପାଇଁ ହୀରାକୁଦରୁ ପାଖାପାଖି ୧୫ ହଜାର କ୍ୟୁସେକ୍ ଜଳ ଛଡାଯାଇଥାଏ। େସତିକି ପରିମାଣର ଜଳ ମଧ୍ୟ ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ଏଣୁ ଜଳଭଣ୍ଡାର ଜଳସ୍ତରରେ କୌଣସି ପ୍ରଭାବ ପଡେ ନାହିଁ ଓ ମହଜୁଦ ଜଳ ଅଣମୌସୁମୀ ସମୟରେ ବ୍ୟବହାର େହାଇଥାଏ।
କିନ୍ତୁ ଚଳିତ ବର୍ଷ ଏବେଠାରୁ ଜଳଭଣ୍ଡାର ଜଳସ୍ତର କମିବା ଆରମ୍ଭକଲାଣି। ଗତ ସେପ୍ଟେମ୍ବର ୧୦ ତାରିଖ ପରଠାରୁ ମହାନଦୀ ଅବବାହିକାରେ ଆଉ ବଡ଼ ବର୍ଷା ନାହିଁ। ଅନ୍ୟପକ୍ଷରେ ଛତିଶଗଡ଼ ସରକାର ଉପରମୁଣ୍ଡରେ ଥିବା କଲମା,ମିରୋନି, ବସନ୍ତପୁର, ସମୋଡ଼ା ଆଦି ୬ଟି ଯାକ ଜଳଭଣ୍ଡାରର ସମସ୍ତ େଗଟ୍ ବନ୍ଦ କରିେଦଇଛନ୍ତି। େଛାଟ େମାଟ ବ୍ୟାେରଜର ପାଣି ବି ଅଟକାଇ ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୮ ହଜାର ୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଏହାର ସାଂଘାତିକ ପ୍ରଭାବ ଅନୁଭୂତ ହେଲାଣି। ଜଳପତନ ଖସିଆସି ୬୨୮. ୮୧ ଫୁଟ ରେ ପହଞ୍ଚିଛି।
ଜଳସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ବର୍ଷରେ ଜଳଭଣ୍ଡାର ତାର ଲକ୍ଷ୍ୟ ଛୁଇଁ ପାରିନାହିଁ। କିନ୍ତୁ ଅେକ୍ଟାବରରେ ଜଳଭଣ୍ଡାର ଜଳପତ୍ତନ କମିବା େଦଖାଯାଇନଥିଲା। ଏହା ଏକ ନୂଆ ସମସ୍ୟା ଭାବେ ମୁଣ୍ଡ େଟକିଲାଣି। ଯଦି ସ୍ଥିତିରେ ଉନ୍ନତି ନ ଘଟେ ଅର୍ଥାତ୍ ଛତିଶଗଡ କଠୋର ମନୋଭାବ ପରିହାର ନ କରେ, େତବେ ରାଜ୍ୟ ସରକାରଙ୍କୁ ଜଳବିଦ୍ୟୁତ ଉତ୍ପାଦନ ପାଇଁ ଜଳ ଆବଣ୍ଟନ ସଂପର୍କରେ ଆଉ ଥରେ ଭାବିବାକୁ ପଡିପାରେ। ଏହାଦ୍ବାରା ବିଦ୍ୟୁତ ସଙ୍କଟ େକବଳ ସୃଷ୍ଟିେହବ ତା ନୁେହଁ, ଶୁଳ୍କ ବି ବଢିପାରେ।
ପ୍ରକାଶଥାଉକି, ପ୍ରଥମ ସପ୍ତାହରୁ ଛତିଶଗଡ ସରକାର ବିଭିନ୍ନ ଜଳଭଣ୍ଡାରର େଗଟ୍ ବନ୍ଦ କରିଥିବା ଜଣାପଡିଲାଣି। ରାଜ୍ୟ ସରକାରଙ୍କ ଆପତ୍ତିର କୌଣସି ପ୍ରଭାବ େସମାନଙ୍କ ଉପରେ ପଡୁନାହିଁ। ଏଥିସହିତ ମହାନଦୀ ମହାବିବାଦ ପ୍ରସଙ୍ଗଟି ପୁଣି ଥରେ ତାଜା େହାଇଯାଇଛି।

ସମ୍ବନ୍ଧିତ ଖବର