ଗୋଇଠା ମାରି ଗର୍ଭ ନଷ୍ଟ କରିବା ମାମଲା‌ରେ ଜେଲ ଗଲେ ସ୍ବାମୀ

ଧଉଳି : ପାରିବାରିକ କଳହକୁ କେନ୍ଦ୍ର କରି ଗର୍ଭବତୀ ପତ୍ନୀର ପେଟକୁ ଗୋଇଠା ମାରି ଗର୍ଭ ନଷ୍ଟ କରିବା ମାମଲାରେ ଆଜି ଉତ୍ତରାଫାଣ୍ଡି ପୁଲିସ ସଂପୃକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ହେଲେ ଉତ୍ତରାଫାଣ୍ଡି ଅଧୀନ ମଧୁପୁର ଗ୍ରାମର ବସନ୍ତ କୁମାର ଜେନା (୩୮) । କୋର୍ଟରେ ବସନ୍ତର ଜାମିନ କାମଂଜୁର ହେବାରୁ ବସନ୍ତକୁ ନିମାପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏନେଇ ପିପିଲି ଥାନାରେ ୫୭/୨୦ ରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବାର ଦୀର୍ଘ ୧୦ ମାସ ପରେ ଆଜି ଉତ୍ତରାଫାଣ୍ଡି ପୁଲିସ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଉତ୍ତରାଫାଣ୍ଡି ଅଧୀନ ମଧୁପୁର ଗ୍ରାମର ବସନ୍ତ ୨୦୧୦ ମସିହାରେ ସହୀଦନଗର ଥାନା ଅଧୀନ ସତ୍ୟକାଳୀ ବସ୍ତିର ରାଜଲକ୍ଷ୍ମୀ ଜେନାଙ୍କୁ (୩୩) କୁ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ସେ ପତ୍ନୀଙ୍କ ସହ ଶ୍ବଶୁର ଘର ସତ୍ୟକାଳୀ ବସ୍ତିରେ ରଡୁଥିଲେ । ଗତବର୍ଷ ଫେବ୍ରୁଆରୀ ମାସରେ ବସନ୍ତ ଓ ରାଜଲକ୍ଷ୍ମୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ରାଗିଯାଇ ବସନ୍ତ ଗର୍ଭବତୀ ଥିବା ରାଜଲକ୍ଷ୍ମୀଙ୍କ ପେଟକୁ ଗୋଇଠା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ରାଜଲକ୍ଷ୍ମୀ ପେଟରେ ଥିବା ପିଲା ନଷ୍ଟ ହୋଇଯାଇଥିଲା । ଗର୍ଭପାତ କରିବା ପାଇଁ ରାଜଲକ୍ଷ୍ମୀ ହସ୍ପିଟାଲ ଯାଇଥିଲେ । ହେଲେ ସ୍ବାମୀ ଦସ୍ତଖତ ନହେଲେ କିମ୍ବା ତାଙ୍କର ଆଧାର ପରିଚୟ ପତ୍ର ନଦେଲେ ଡାକ୍ତର ଗର୍ଭପାତ ହୋଇପାରିବ ନାହିଁ କହିଥିଲେ । ତେଣୁ ବାଧ୍ୟ ହୋଇ ରାଜଲକ୍ଷ୍ମୀଙ୍କ ମାଆ ସୁଲୋଚନା ଜେନା ଆଧାର ନେବା ପାଇଁ ମଧୁପୁର ଆସିଥିଲେ । ହେଲେ କାର୍ଡ଼ ଦେବା ବଦଳରେ ବସନ୍ତ ଓ ତାଙ୍କ ପରିବାର ଲୋକ ସୁଲୋଚନାଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର