ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜୟଦେବ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟରେ ନାମାଙ୍କନ ଦାଖଲ କରିଥିବା ସୁକାନ୍ତି ତିଆଡି ଭୋଇଙ୍କ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ସୂତ୍ର ଅନୁସାରେ ସକାନ୍ତିଙ୍କର ପ୍ରାର୍ଥୀପତ୍ରରେ ତ୍ରୁଟି ଥିବାର ଜଣାପଡ଼ିଛି।

Advertisment

ସୁକାନ୍ତିଙ୍କ ପ୍ରାର୍ଥୀପତ୍ର ଯଦି ନାକଚ ହୋଇଥାଏ, ତା’ହେଲେ ଏହି ଆସନରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ମୁକାବିଲା ହେବ। ଆଗାମୀ ୨୩ ତାରିଖରେ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହାରି ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ, ଯେଉଁଥିରେ ଜୟଦେବ ଆସନ ମଧ୍ୟ ସାମିଲ ଅଛି।

ସୂଚନାଯୋଗ୍ୟ ଯେ, ଜୟଦେବ ଆସନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବିଜେଡି ଟିକେଟ ଦେଇ ନାହିଁ। ଏହି ଆସନରେ ଦଳର ଅନ୍ୟତମ ବରିଷ୍ଠ ନେତା ଅରବିନ୍ଦ ଢାଲି ନିର୍ବାଚନ ଲଢୁଛନ୍ତି। ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନରେନ୍ଦ୍ର ନାୟକଙ୍କୁ ମୁକାବିଲା କରୁଛନ୍ତି।