ଦିନ ମଜୁରିଆଙ୍କ ୧ ହଜାର ସନ୍ତାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା

ଖୋର୍ଦ୍ଧା : ଦୀର୍ଘ ୩୫ ଦିନ ଲକ୍‌ଡାଉନ୍ ଯୋଗୁଁ ଜିଲ୍ଲାରେ ରୋଜଗାର ହରାଇଥିବା କାଜୁ କାରଖାନା, କ୍ରସର ଓ ଇଟାଭାଟିରେ କାମ କରୁଥିବା ଶତାଧିକ ଶ୍ରମିକଙ୍କ ସନ୍ତାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋର୍ଦ୍ଧାର ଗମ୍ଭାରୀମୁଣ୍ଡା, କାଳିକା କ୍ରସର, ଗୁଡ଼ୁମ କାଜୁ କାରଖାନ ଓ ବାଲିଅନ୍ତାର ୯ଟି ଇଟାଭାଟିରେ କାମ କରୁଥିବା ମଜୁରିଆଙ୍କ ୧ହଜାର ଛୋଟ ପିଲାଙ୍କୁ ଚୁଡ଼ା, ସୁଜି, ଚିନି, ଅମୂଲ, ବିସ୍କୁଟ୍, ସାବୁନ୍ ଆଦି ଖାଦ୍ୟ ବଂଟନ କରିଛନ୍ତି । ଏହା ସହ ସେମାନଙ୍କୁ ନିୟମିତ ହାତ ଧୋଇବା ଓ ବାହାରକୁ ଗଲେ ମୁହରେ ଗାମୁଛା, ରୁମାଲ କିମ୍ବା ମାସ୍କ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁନିଟ୍ ଅଧିକାରୀ ଶଚିନ୍ଦ୍ରନାଥ ସାହୁ, ରଂଜନ କୁମାର ଗୋଚ୍ଛାୟତ, ରିତାଂଜଳି ମହାନ୍ତି, ଅନୁପ ବେହେରା, ଏଡ୍ଏଟ୍ ଆକ୍ସନ ଏନ୍‌ଜିଓର ସଂଯୋଜକ ଦିପକ ରଂଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର