ଖୋର୍ଦ୍ଧା: ରେଳଧାରଣା ଉପରୁ ଅଜ୍ଞାତ ଯୁବତୀଙ୍କ ଶବ ଉଦ୍ଧାର

ବେଗୁନିଆ: ବୁଧବାର ସକାଳେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଚଣ୍ଡିଆପଲା-ବାଘମାରି ମଧ୍ୟରେ ଜଣେ ଯୁବତୀଙ୍କ ଦେହ-ମୁଣ୍ଡ ଅଲଗା ହୋଇଯାଇଥିବା ଶବ ପଡ଼ିଥିବା ଦେଖାଯାଇଛି।

ସକାଳ ପ୍ରାୟ ୬: ୩୦ ସମୟରେ ସ୍ଥାନୀୟ ଲୋକେ ଯୁବତୀଙ୍କ ଶବ ଦେଖି ବେଗୁନିଆ ପୁଲିସକୁ ଖବର ଦେଇଥିଲେ।

ଯୁବତୀଟି କିଏ? କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ।

ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର